ଏଆଇର ଏକ ଆସିଷ୍ଟାଣ୍ଟ ଏଆଇ ମଡେଲକୁ ଜାରି କରିଛି
ମେଟାର ଅଧିନରେ ଥିବା କମ୍ପାନୀ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ମାଲିକ ମାର୍କ ଜୁକରବର୍ଗ ନିଜ ହ୍ୱାଟ୍ସଆପ ଚ୍ୟାନେଲ ଜରିଆରେ ଏକ ଭିଡିଓ ସେୟାର କରି ମେଟାର ଲାଟେଷ୍ଟ ଲାର୍ଜ ଲାଙ୍ଗୁଏଜ ମଡେଲର ଘୋଷଣା କରିଛନ୍ତି । ଯାହାର ନାମ Llama 3 ଅଟେ । ଏହା ଏକ ରିୟଲ-ଟାଇମ ଇମେଜ ଜେନେରେଟର ଅଟେ ।ଗୋଟିଏ ପଟେ ଓପେନଓଆଇ ଏବଂ ଗୁଗୁଲ ପରି କମ୍ପାନୀମାନ ନିଜ ନିଜ ଏଆଇ ମଡଏଲ ସର୍ଭିସ ବାଟଜିପିଟି ଏବଂ ଜେମିନୀକୁ ନେଇ ନୂଆ ପଥରେ ଆଗେଇ ଚାଲିଛି । ସେହିଭଳି ମେଟା ମାଲିକ ଜୁକରବର୍ଗ ଏଆଇରେ ଟିକେ ବିଳମ୍ବରେ ଆରମ୍ଭ କରିଛନ୍ତି ହେଲେ ବର୍ତ୍ତମାନ ନିଜ ପ୍ରତିଯୋଗୀମାନଙ୍କ ଠାରୁ ଆଗେଇବକୁ ଚେଷ୍ଟା କରୁଛି ।ମାର୍କ ଜୁକରବର୍ଗ ନିଜ ହ୍ୱାଟ୍ସଆପ ଚ୍ୟାନେଲ ଜରିଆରେ ଏହି ନୂଆ ଏଆଇ ଭର୍ଜନର ଘୋଷାଣା କରି କହିଛନ୍ତି ଯେ, ଏହି ନୂଆ ମଡେଲ ସହିତ ଆମକୁ ବିଶ୍ୱାସ କରିବାକୁ ପଡିବ ଯେ, ମେଟା ଏଆଇ ବର୍ତ୍ତମାନ ସବୁଠାରୁ ଇଣ୍ଟେଲିଜେଣ୍ଟ ଏଆଇ ଆସିଷ୍ଟାଣ୍ଟ, ଯାହାକୁ ଆପଣ ସହଜରେ ଉପଯୋଗ କରିପାରିବେ ।ସେ ଆଗକୁ କହିଛନ୍ତି, ଏହି ଆସିଷ୍ଟଣ୍ଟ ଭର୍ଜନ ଫେସବୁଲ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ ଏବଂ ମେସେଞ୍ଜର ସହ ମେଟାର ଆପର ସୁଇଟ ଏବଂ ରେ-ବ୍ୟାନ ମେଟା ସ୍ମାର୍ଟ ଗ୍ଲାସ ପରି ହାର୍ଡୱେୟାର ମଧ୍ୟ ଉପଲବ୍ଧ ହେବ । ଏହି କାରଣରୁ ସାରା ଦୁନିଆରେ କୋଟି କୋଟି ୟୁଜର୍ସ ମେଟା ଏଆଇ ଆସିଷ୍ଟାଣ୍ଟର ବ୍ୟବହାର କରିପାରିବେ ।