ଏପ୍ରିଲ ୨୨ ତାରିଖରେ ହେବ ମହମ୍ମଦ ମୋକିମଙ୍କ ଆବେଦନ ଉପରେ ଶୁଣାଣି

ନିର୍ବାଚନ ତାରିଖ ଘୋଷଣା ସରିଥିଲେ ବି ମୋକିମ୍ ପ୍ରାର୍ଥୀ ହୋଇପାରିବେ କି ନାହିଁ ତାହା ଉପରେ ସସ୍ପେନ୍ସ ଲାଗି ରହିଛି । ପ୍ରଥମେ ଏହି ମାମଲାରେ ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ଦଣ୍ଡବିଧାନ କରିଥିଲେ । ଏହି ଦଣ୍ଡାଦେଶ ବିରୋଧରେ ମୋକିମ୍ ସୁପ୍ରିମକୋର୍ଟ ଯାଇଥିଲେ । ହେଲେ ମୋକିମ୍ ପୁଣିଥରେ ଏହି ମାମଲା ଉପରେ ବିଚାର କରିବାକୁ କୋର୍ଟରେ ଆବେଦନ କରିଥିଲେ । ଏହି ଆବେଦନ ଉପରେ ଆଜି ଶୁଣାଣି ହେବାକୁ ଥିବା ବେଳେ କୌଣସି କାରଣରୁ କୋର୍ଟ ଶୁଣାଣି ତାରିଖ ପରିବର୍ତ୍ତନ କରିଛନ୍ତି । ଏପ୍ରିଲ ୨୨ ତାରିଖରେ ଏହି ମାମଲା ଉପରେ କୋର୍ଟ ଶୁଣାଣି କରିବେ । ସୁପ୍ରିମକୋର୍ଟଙ୍କ ଶୁଣାଣି ଉପରେ ମୋକିମଙ୍କ ରାଜନୈତିକ ଭବିଷ୍ୟତ ନିର୍ଭର କରୁଛି । କାରଣ ନାମାଙ୍କନକୁ ମାତ୍ର କେଇଟା ଦିନ ବାକି ଥିବା ବେଳେ କୋର୍ଟ ଶୁଣାଣି ତାରିଖ ପରିବର୍ତ୍ତନ କରିଛନ୍ତି । ସେପଟେ କଂଗ୍ରେସ ଏପର୍ଯ୍ୟନ୍ତ କଟକ ବାରବାଟୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ।