ସଲମାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣା; ବନ୍ଧା ହେଲେ ୨ଅଭିଯୁକ୍ତ

ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ଘର ଆଗରେ ଗୁଳିମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ । ୨ ଅଭିଯୁକ୍ତଙ୍କୁ ଗୁଜରାଟ ଭୁଜ୍ ରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ।ବାନ୍ଦ୍ରା ଅଞ୍ଚଳରେ ୨ଜଣ ଅଜଣା ବ୍ୟକ୍ତି ଭାଇଜାନ ସଲମାନଙ୍କ ଘର ଆଗରେ ଗୁଳି ଚଳାଇ ଚମ୍ପଟ ମାରିଥିଲେ।ଗୁଳିମାଡ଼ ଘଟଣାର ଦିନକ ପରେ ଅଭି।ଯୁକ୍ତଙ୍କୁ ଗିରଫ କରାଯାଇଛି।

ଏପ୍ରିଲ ୧୪ତାରିଖ ଭୋର ପ୍ରାୟ ୪ଟା ୫୧ସମୟରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ପ୍ରଥମେ ତିନି ରାଉଣ୍ଡ ଓ ପରେ ୪ରାଉଣ୍ଡ ଗୁଳି ଚଲାଇ ଫେରାର ହୋଇଯାଇଥିଲେ। ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା।

ଏହି ଘଟଣା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।ଏହି ଖବର ମିଳିବା ପରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ, ସ୍ଥାନୀୟ ପୋଲିସ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ଅନୁମାନ କରାଯାଉଛି ସଲମାନ ଖାନଙ୍କ ଘର ଉପରକୁ ଆକ୍ରମଣ ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମ ସଲମାନଙ୍କୁ ଧମକାଇବା ଓ ଦ୍ବିତୀୟରେ ବିଷ୍ଣୋଇ ଗ୍ୟାଙ୍ଗ୍ କେତେବେଳେ ବି ସଲମାନଙ୍କ ପାଖରେ ପହଞ୍ଚି ପାରିବ, ଏହା ଜଣାଇବାକୁ ହିଁ ଏହି ଗୁଳିମାଡ଼ ହୋଇଥାଇପାରେ ।