ପଦ୍ମ ଧରିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ
ବିଜେପିରେ ମିଶିଲେ ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଓ ତାଙ୍କ ସ୍ବାମୀ ତଥା ବଲାଙ୍ଗୀରର ବରିଷ୍ଠ ଆଇନଜୀବୀ ସରୋଜ ପାଣିଗ୍ରାହୀ। ଏଣେ ନୂଆପଡ଼ାରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ସମ୍ପାଦକ ସରୋଜ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଡ଼ୁମେରପାଣି ସରପଞ୍ଚ ଟିକେରାମ ସାହୁ। ଏମାନଙ୍କ ସହ ଅନେକ ବିଜେଡି କର୍ମୀ ବି ବିଜେପିରେ ସାମିଲ ହୋଇଛନ୍ତି।