କେନ୍ଦ୍ରାପଡ଼ା: ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜୋରଦାର କରିଛନ୍ତି ପ୍ରଚାର । ଏଥର ବିଜେପି ବିଜେଡି ମଧ୍ୟରେ ଟକ୍କର ହେବାକୁ ଯାଉଥିବା ବେଳେ ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଉପସ୍ଥିତ ଜନସାଧାରଣଙ୍କୁ ସେ କହିଥିଲେ, ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ- କାହା ପାଇଁ ଏହି ଭୋଟ୍ ମାଗୁଛନ୍ତି? ଉତ୍ତରାଧିକାରୀ କିଏ? ଏହି ଭୋଟ ନେଇ ଆଗାମୀ ଦିନରେ କିଏ ଆଗକୁ ବଢ଼ିବେ? କିଏ ଶାସନ ଚଲେଇବ? ଏଭଳି ପ୍ରଶ୍ନ କରିଥିଲେ । ଗତ ୨୦୧୯ ନିର୍ବାଚନର କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର ହୋଇଥିଲା । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିନେ ତାରକା ଅନୁଭବ ମହାନ୍ତିଙ୍କ ଠାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପରାସ୍ତ ହୋଇଥିଲେ । ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । କେନ୍ଦ୍ରାପଡ଼ା ଆସନରୁ ବିଜେଡି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଗତ ଫେବୃଆରୀ ମାସରେ ଅଂଶୁମାନ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଭଳି ଏକ ସମ୍ମାନଜନକ ଆସନ ପାଇଁ ଦଳ ତାଙ୍କ ଉପରେ ଭରସା କରିଛି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ଅଂଶୁମାନ ରାଜନଗର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ତେଣୁ ଅଂଶୁମାନଙ୍କ ପ୍ରାର୍ଥୀତ୍ୱ ବିଜେଡିକୁ କେତେ ଫାଇଦା ଦେବ ତାହା ପରେ ଜଣାପଡ଼ିବ ।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Prev Post