କେନ୍ଦ୍ରାପଡ଼ା: ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜୋରଦାର କରିଛନ୍ତି ପ୍ରଚାର । ଏଥର ବିଜେପି ବିଜେଡି ମଧ୍ୟରେ ଟକ୍କର ହେବାକୁ ଯାଉଥିବା ବେଳେ ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବୈଜୟନ୍ତ ପଣ୍ଡା । ଉପସ୍ଥିତ ଜନସାଧାରଣଙ୍କୁ ସେ କହିଥିଲେ, ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ- କାହା ପାଇଁ ଏହି ଭୋଟ୍ ମାଗୁଛନ୍ତି? ଉତ୍ତରାଧିକାରୀ କିଏ? ଏହି ଭୋଟ ନେଇ ଆଗାମୀ ଦିନରେ କିଏ ଆଗକୁ ବଢ଼ିବେ? କିଏ ଶାସନ ଚଲେଇବ? ଏଭଳି ପ୍ରଶ୍ନ କରିଥିଲେ । ଗତ ୨୦୧୯ ନିର୍ବାଚନର କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର ହୋଇଥିଲା । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିନେ ତାରକା ଅନୁଭବ ମହାନ୍ତିଙ୍କ ଠାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପରାସ୍ତ ହୋଇଥିଲେ । ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । କେନ୍ଦ୍ରାପଡ଼ା ଆସନରୁ ବିଜେଡି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଗତ ଫେବୃଆରୀ ମାସରେ ଅଂଶୁମାନ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଭଳି ଏକ ସମ୍ମାନଜନକ ଆସନ ପାଇଁ ଦଳ ତାଙ୍କ ଉପରେ ଭରସା କରିଛି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ଅଂଶୁମାନ ରାଜନଗର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ତେଣୁ ଅଂଶୁମାନଙ୍କ ପ୍ରାର୍ଥୀତ୍ୱ ବିଜେଡିକୁ କେତେ ଫାଇଦା ଦେବ ତାହା ପରେ ଜଣାପଡ଼ିବ ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post