ନବୀନ ନିବାସରେ କଳାକାରଙ୍କ ଭିଡ
ନବୀନ ନିବାସରେ ଶୁକ୍ରବାର କଳାକାରଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ର ଅଭିନେତା, ଅଭିନେତ୍ରୀ ଏବଂ ଗୀତିକାର ନବୀନ ନିବାସରେ ପହଞ୍ଚି ସାରିଛନ୍ତି। ହାସ୍ୟଅଭିନେତା ଏବଂ ୟୁଟ୍ୟୁବର ମଧ୍ୟ ପହଞ୍ଚିଛନ୍ତି।ସ୍ୱରାଜ ବାରିକ, ଅମ୍ଳାନ ଦାସ, କମେଡିଆନ ଗୁଡୁ, ପପୁ, ଶଙ୍କର, ଭୂମିକା, ସମ୍ବିତ, ଲିପ୍ସା, ଦେବାଶିଷ, ନିକିତା ପହଞ୍ଚିଛନ୍ତି। ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି ।