ପାରାଦୀପରେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିପାରିନାହିଁ। ପ୍ରାର୍ଥୀ ଘୋଷଣାରେ ଯେତିକି ବିଳମ୍ବ ହେଉଛି ନିର୍ବାଚନମଣ୍ଡଳୀରେ ବିଧାୟକ ସମ୍ବିତଙ୍କ ବିରୋଧରେ ଅସନ୍ତୋଷ ସେତିକି ବଢିବାରେ ଲାଗିଛି। ଏପରି କି ଅନେକ ଲୋକ ପ୍ରତିନିଧି ଓ ଦଳୀୟ ନେତା, କର୍ମୀ ସମ୍ବିତଙ୍କୁ ଶାଣିତ ସମାଲୋଚନା କରୁଛନ୍ତି। ନିକଟରେ ସମ୍ବିତ ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗ କରି ଏହି ନେତା, କର୍ମୀମାନେ ମେଳି ହେବାରେ ଲାଗିଛନ୍ତି। ସମ୍ବିତ କିମ୍ବା ତାଙ୍କ ପରିବାରର କାହାରିକୁ ପ୍ରାର୍ଥୀ ନ କରିବା ପାଇଁ ଅଡି ବସିଛନ୍ତି। ଏହା ଭିତରେ ସେମାନେ ଏକାଧିକ ଥର ବୈଠକ କରି ସାରିଲେଣି। ସମ୍ଭାବ୍ୟ ପରିସ୍ଥିତିକୁ ଦେଖି ଦଳ ନେତୃତ୍ୱ ସମାଧାନ ପାଇଁ ଗତ ୮ ତାରିଖରେ ନବୀନ ନିବାସକୁ ଡାକିଥିଲେ। ପ୍ରସ୍ତୁତି ମୁତାବକ ସେଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଗତ୍ସିଂହପୁର ଜିଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ, ସହ ପର୍ଯ୍ୟବେକ୍ଷକ ଗିରିଶ ଦାସ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ୍ ଅସନ୍ତୁଷ୍ଟମାନଙ୍କ ସହ ନବୀନ ନିବାସ ଯାଇଥିଲେ। ତା’ ପରେ ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ସାକ୍ଷାତ କରି ସେମାନଙ୍କ ଅସନ୍ତୋଷ ବଖାଣି ଥିଲେ। ବିଶେଷକରି ସ୍ବର୍ଗତ ଦାମୋଦର ରାଉତ ଦୀର୍ଘ ୪୦ବର୍ଷ ଧରି କ୍ଷମତା ଉପଭୋଗ କରିଥିଲେ। ପରେ ଅର୍ଥାତ୍ ୨୦୧୯ରେ ଭାଜପାରେ ମିଶି ଏହି ଦଳରୁ ବାଲିକୁଦା-ଏରସମାରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ବିଜେଡି ବିରୋଧରେ ବର୍ଷୁଥିଲେ ସୁଦ୍ଧା ନିଜର ରାଜନୈତିକ ବିଚକ୍ଷଣତା ବଳରେ ପୁଅ ସମ୍ବିତଙ୍କୁ ପାରାଦୀପରେ ବିଜେଡି ପ୍ରାର୍ଥୀ କରାଇବାରେ ସଫଳ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ଏବେ ସମ୍ବିତ ପତ୍ନୀଙ୍କୁ ବିଜେଡି ପ୍ରାର୍ଥୀ କରିବେ ବୋଲି ଆଗୁଆ ଘୋଷଣା କରି ସାରିଲେଣି। ଯାହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଛି। ନିର୍ବାଚନମଣ୍ଡଳୀରେ ଲୋକଙ୍କ ସହ ସମ୍ପର୍କ ନ ରଖି ଦଳୀୟ ନେତା ଓ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ପ୍ରକାରାନ୍ତରେ ବିଜେଡିର ଲୋକପ୍ରିୟତା ଉପରେ ଆଞ୍ଚ ଆଣିଛି। ପାରାଦୀପରେ ବିଜେଡିର କେହି ନେତୃତ୍ୱ ନ ଥିଲା ଭଳି ଗୋଟିଏ ପରିବାର ଉପରେ ଦଳ ଭରସା କରିବା ସେମାନଙ୍କୁ କଷ୍ଟ ଦେଉଛି। ସମ୍ବିତଙ୍କ ପରିବାର ବାଦ ଅନ୍ୟ ଯିଏ ପ୍ରାର୍ଥୀ ହେଲେ କୌଣସି ଅସୁବିଧା ନାହିଁ ବୋଲି ଏହି ନେତୃତ୍ୱମାନେ ଅନୁରୋଧ କରିଥିଲେ। ତେବେ ବ୍ୟସ୍ତ ନ ହୋଇ ସଙ୍ଗଠନ ପାଇଁ କାମ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିବା କେତେଜଣ ପ୍ରତିକ୍ରିୟାରେ କହିଛନ୍ତି। ଏହାପରେ ପୁଣି ବୁଧବାର ଶଙ୍ଖ ଭବନରେ ଉଭୟପକ୍ଷ ସାମ୍ନାସାମ୍ନି ବସି ଆଲୋଚନା କରିବାକୁ ସ୍ଥିର ହୋଇଥିଲା। ସମ୍ବିତ ଓ ତାଙ୍କ ସପକ୍ଷବାଦୀ କମ୍ ସଂଖ୍ୟକ ଯାଇଥିବା ବେଳେ ବିରୋଧୀ ସଂଖ୍ୟା ଅଧିକ ଥିଲା। ଦଳ ଜିଲା ପର୍ଯ୍ୟବେକ୍ଷକ, ସହ ପର୍ଯ୍ୟବେକ୍ଷକ ଓ ନିର୍ବାଚନମଣ୍ଡଳୀ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଆଲୋଚନା ବେଳେ ହଠାତ୍ ବିଧାୟକ ସମ୍ବିତ ଉତ୍କ୍ଷିପ୍ତ ହୋଇ ପାରାଦୀପ ପୌରାଧ୍ୟକ୍ଷ ବସନ୍ତଙ୍କ ନଁା ନେଇ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିଲେ। ଏଥିରେ ଅସନ୍ତୁଷ୍ଟମାନେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ। ଯାହା କଥା ହେବା କଥା ସାମ୍ନାସାମ୍ନି କରିବା ପରିବର୍ତ୍ତେ ଅନୁପସ୍ଥିତ ଥିବା ଜଣେ ନେତାଙ୍କୁ ସମାଲୋଚନା ଗ୍ରହଣୀୟ ନୁହେଁ ବୋଲି ପ୍ରତିବାଦ କରିଥିଲେ। ତେବେ ପର୍ଯ୍ୟବେକ୍ଷକଙ୍କ ହସ୍ତକ୍ଷେପ ଯୋଗୁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଆଲୋଚନା ସମୟରେ କୁଜଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ପୂର୍ବତନ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ତପନ ସାମନ୍ତରାୟ, ସରପଞ୍ଚ ସରୋଜ ସେଠୀ, ପୂର୍ବତନ ସରପଞ୍ଚ ଶିଶିର ଦାସ, ପାରାଦୀପର ଏକାଧିକ କାଉନସିଲର ଓ ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post