ଅଗଷ୍ଟ ୧୫ରେ‘ପୁଷ୍ପା ୨’ରିଲିଜ୍ ହେବ

ତେଲୁଗୁ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ର ଟିଜର ରିଲିଜ୍ କରିଥିଲେ ନିର୍ମାତା, ଯାହା ଏବେ ଭାଇରାଲ ହେବାରେ ଲାଗିଛି। ମୈତ୍ରି ମୁଭି ମେକର୍ସର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ କରାଯାଇଥିଲା। କିଛି ମାସ ତଳେ ଫିଲ୍ମର ପୋଷ୍ଟର ରିଲିଜ୍ କରିଥିଲେ ନିର୍ମାତା। ଏଥିରେ ଅଲ୍ଲୁଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ଏବେ ଭିଡିଓରେ ତାଙ୍କୁ ସେହି ଲୁକରେ ଆକ୍ସନ କରୁଥିବାରୁ ଦେଖି ଦର୍ଶକଙ୍କ ଉତ୍ସାହ ବଢ଼ିଛି।ସବୁଠୁ ବଡ଼ କଥା ହେଲା ଟିଜରଟି ରିଲିଜ୍ ହେଉ ହେଉ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। ବିଶେଷ କରି ‘ଆନିମଲ’ ଓ ‘ଡଙ୍କି’କୁ ପଛରେ ପକାଇଛି ‘ପୁଷ୍ପା-୨’। ଫିଲ୍ମର ଟିଜରକୁ ପ୍ରଥମ ୨୪ଘଣ୍ଟା ମଧ୍ୟରେ ୟୁଟ୍ୟୁବରେ ୩୯ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଗତ ବର୍ଷ ରଣବୀର କପୁରଙ୍କ ‘ଆନିମଲ’ ରିଲିଜ୍ ହୋଇଥିଲା। ଏହାର ଟିଜରକୁ ପ୍ରଥମ ୨୪ଘଣ୍ଟା ମଧ୍ୟରେ ୨୩ମିଲିୟନରୁ ଅଧିକ ଲୋକ ଦେଖିଥିଲେ। ଏହା ସହ ଶାହାରୁଖ ଖାନଙ୍କ ‘ଡଙ୍କି’ର ଟିଜରକୁ ପ୍ରଥମ ୨୪ଘଣ୍ଟା ମଧ୍ୟରେ୩୬.୮ ମିଲିୟନ୍ ଲୋକ ଦେଖିଥିଲେ। ବର୍ତ୍ତମାନ ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ୨’ର ଟିଜର ଏହି ଦୁଇଟି ଫିିଲ୍ମକୁ ପଛରେ ପକାଇଛି।‘ପୁଷ୍ପା ୨’ ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ପ୍ରଥମ ଟିଜର ଦର୍ଶକଙ୍କ ମନରେ ଚଳଚ୍ଚିତ୍ରକୁ ନେଇ ଉତ୍ସାହ ବଢ଼ାଇ ଦେଇଛି।