ସନ୍‌ରାଇଜର୍ସ ୨ ରନ୍‌ରେ ଜିତିଲା

ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରୋମାଞ୍ଚକ ଭାବେ ୨ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ହାଇଦ୍ରାବାଦ ୧୮୨ ରନ୍ କରିଥିବା ବେଳେ ପଞ୍ଜାବ ଶେଷ ଓଭରରୁ ୩ ଛକା ସହ ୨୬ ରନ୍ ଆଦାୟ କରିଥିଲେ ମଧ୍ୟ ମ୍ୟାଚ୍‌ ଜିତିପାରି ନଥିଲା। ପ୍ରଶଂସକମାନେ କିନ୍ତୁ ତାଙ୍କ ପଇସା ଅସୁଲ କରିନେଇଥିଲେ। ଶେଷ ଦୁଇ ଅପରାଜିତ ବ୍ୟାଟର୍ ଶଶାଙ୍କ ସିଂହ (୨୫ ବଲ୍‌ରୁ ୪୬* ରନ୍) ଏବଂ ଅଭିଷେକ ଶର୍ମା (୧୫ ବଲ୍‌ରୁ ୩୩* ରନ୍) ପାରୁପର୍ଯ୍ୟନ୍ତ ଲଢ଼ିଥିଲେ ମଧ୍ୟ ଦଳ ୨ ରନ୍ ଦୂରରେ ରହିଯାଇଥିଲା। ଏମାନଙ୍କ ପୂର୍ବରୁ ସାମ କରନ୍, ସିକନ୍ଦର ରାଜା ସମାନ ୨୨ ‌ଲେଖାଏଁ ବଲ୍ ଖେଳି ଯଥାକ୍ରମେ ୨୯ ଓ ୨୮ ରନ୍ କରିଥିଲେ। କିନ୍ତୁ ଜୟଦେବ ଉନାଡ଼କଟଙ୍କୁ ଛାଡ଼ି ହାଇଦ୍ରାବାଦର ସମସ୍ତ ବୋଲର୍‌ ନିୟନ୍ତ୍ରିତ ବୋଲିଂ କରି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଶେଷ ଓଭରରୁ ୨୯ ରନ୍ ଆବଶ୍ୟକ ଥିବାବେଳେ ଜୟଦେବଙ୍କ ୩ ୱାଇଡ୍ ସହ ୨୬ ରନ୍ ଦେଇଥିଲେ।