ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା
ଉଚ୍ଚ ଶିକ୍ଷା କ୍ଷେତ୍ରର ଏକ ପରିଚିତ ନାମ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ ପକ୍ଷରୁ ଇଞ୍ଜିନିୟରିଂ ଓ ପ୍ରଯୁକ୍ତି ଶିକ୍ଷା ପାଇଁ ‘ଟେକ୍ନୋ ଜାତୀୟ ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୪’କୁ ଚଳିତ ମାସ ୧୨ ତାରିଖରେ ଆୟୋଜନ କରାଯିବ। କର୍ଣ୍ଣ ଫେରିଙ୍କ ରିପୋର୍ଟ ଅନୁସାରେ ପ୍ରଯୁକ୍ତି ଓ ଇଞ୍ଜିନିୟରିଂରେ ୮.୫ କୋଟି କୁଶଳୀ ମାନବ ସମ୍ବଳର ଅଭାବ ରହିଥିବା ବେଳେ ତାହା ପୂରଣ କରିବା ଲାଗି ଟେକ୍ନୋ ଇଣ୍ଡିଆ ଏହାର ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଞ୍ଜିନିୟରିଂ, ସ୍ଥାପତ୍ୟ, ନର୍ସିଂ, କମ୍ପ୍ୟୁଟର ଆପ୍ଲିକେସନ, ଫାର୍ମାସି, ପାରାମେଡିକାଲ୍ କଲେଜ, ଡିଜାଇନ୍, ବିଜ୍ଞାନ, ମ୍ୟାନେଜମେଣ୍ଟ, ହ୍ୟୁମାନିଟି, ସିନେମା ପ୍ରସ୍ତୁତି, ଆଇନ, ବାଣିଜ୍ୟ, ଏଆଇ ଦକ୍ଷତା ବିକାଶ ପାଠ୍ୟକ୍ରମ ଆଦି ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଉଛି।ୟୁଜି, ଡିପ୍ଲୋମ, ପିଜି ଓ ପିଏଚ୍ଡି ସ୍ତରରେ ଏହି ପାଠ୍ୟକ୍ରମଗୁଡ଼ିକୁ ପ୍ରଦାନ କରାଯାଉଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଡୁଆଲ୍ ଡିଗ୍ରି ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଉଛି। ସରକାରଙ୍କ କ୍ରେଡିଟ୍ ଟ୍ରାନ୍ସଫର ସ୍କିମ୍ ଜରିଆରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏନ୍ପିଟିଇଏଲ୍ ଓ ସ୍ବୟମ୍ ଅନଲାଇନ୍ ପାଠ୍ୟକ୍ରମର କ୍ରେଡିଟ୍ ଟ୍ରାନ୍ସଫର ହାସଲ କରିପାରିବେ। ଟେକ୍ନୋ ଇଣ୍ଡିଆ ଗ୍ରୁପ୍ର ୫ ଲକ୍ଷ ଛାତ୍ରଛାତ୍ରୀ ବାର୍ଷିକ ୪ ଲକ୍ଷ ଟଙ୍କାରୁ ଆରମ୍ଭ କରି ୨ କୋଟି ଟଙ୍କା ପର୍ଯ୍ୟନ୍ତର ବେତନ ପ୍ୟାକେଜ୍ରେ ନିଯୁକ୍ତି ପାଇଛନ୍ତି।