ଆୟର୍ଲାଣ୍ଡର ଚିତ୍ର ବର୍ତ୍ତମାନ ବଦଳିବାକୁ ଯାଉଛି। କାରଣ ଲିଓ ଭାରାଦକରଙ୍କ ଇସ୍ତଫା ପରେ ଦେଶର କମାଣ୍ଡ ଜଣେ ଯୁବ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଛଛି। ଶାସକ ଫାଇନ ଗେଲ ଦଳ ଭାରତୀୟ ବଂଶୋଦ୍ଭବ ସାଇମନ ହାରିସଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ୩୭ ବର୍ଷିୟ ହାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।ଏହାପୂର୍ବରୁ ଭାରତୀୟ ମୂଳ ଲିଓ ଭାରାଦକର ଆୟର୍ଲାଣ୍ଡର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ। ସେ ଗତ ମାସରେ ଏହି ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରଠାରୁ ହରିସ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କଳ୍ପନାଜଳ୍ପନା କରାଯାଇଥିଲା ଏବଂ ଶେଷରେ ଏହା ହିଁ ଘଟିଥିଲା। ମଙ୍ଗଳବାର ଆୟର୍ଲାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ ୮୮ ଭୋଟ ଦିଆଯାଇଥିଲା। ସେ ମିଳିତ ସହଯୋଗୀ ଫିଆନା ଫେଲ ଏବଂ ଗ୍ରୀନ ପାର୍ଟି ତଥା ଅନେକ ସ୍ବାଧୀନ ସାଂସଦଙ୍କ ସମର୍ଥନ ଗ୍ରହଣ କରିଥିଲେ।ସାଇମନ ହାରିସ ସ୍ନାତକ ହାସଲ କରି ରାଜନୀତିରେ ସକ୍ରିୟ ଥିଲେ। ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ ନ କରି, ସେ ନିଜକୁ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବରେ ପ୍ରତିଷ୍ଠିତ କଲେ। ସେ ପାର୍ଟି ଭିତରେ ବିଭିନ୍ନ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଅଭିଜ୍ଞତା ପରେ, ହାରିସ ୨୦୧୬ ରୁ ୨୦୨୦ ମଧ୍ୟଭାଗରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ମଧ୍ୟରେ ଆୟର୍ଲାଣ୍ଡର ସ୍ବାସ୍ଥ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post