ଆକର୍ଷଣୀୟ ଅଫର
ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ‘ହ୍ୟାଣ୍ଡଲୁମ୍ ଆଣ୍ଡ ହାଣ୍ଡିକ୍ରାଫ୍ଟ ପ୍ରଦର୍ଶନୀ’ରେ ଭିଡ଼ ଜମାଉଛନ୍ତି। କାରଣ ଗୋଟିଏ ପଟରେ ସାରା ଦେଶର ଭଳିକି ଭଳି ହ୍ୟାଣ୍ଡଲୁମ୍ ପୋଷାକ ସାଙ୍ଗକୁ ହାଣ୍ଡିକ୍ରାଫ୍ଟ ସାମଗ୍ରୀ ସୁଲଭ ମୂଲ୍ୟରେ ପାଉଥିତ୍ବାବେଳେ ଅପରପକ୍ଷରେ ଓଡ଼ିଶାର ବୟନିକା ଷ୍ଟଲ୍ ପକ୍ଷରୁ ଆକର୍ଷଣୀୟ ୧୦+୨୦%ର ସ୍ବତନ୍ତ୍ର ରିହାତି ଗ୍ରାହକମାନଙ୍କୁ ଯୋଗାଇ ଦିଆଯାଉଛି।ଏପରିକି ମେଳା (ପ୍ରଦର୍ଶନୀ) ବୁଲା ସାଙ୍ଗକୁ ମନଲାଖି ପୋଷାକ କିଣିବା ପାଇଁ ଉଭୟ ଆୟୋଜକ ଓ ଷ୍ଟଲ୍ଗୁଡିକ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ପ୍ରଦାନ କରାଯାଉଛି। ସେହିଭଳି ୨୦୨୪ ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୪୫ ଦିନରେ ପାଦ ଥାପିଛି। ବିଶେଷ କରି ଗ୍ରାହକଙ୍କ ଚାହିଦା ଓ ବଜାର(ପ୍ରଦର୍ଶନୀ)ର ଆବଶ୍ୟକତାକୁ ଆଖି ଆଗରେ ରଖି ବ୍ୟବସାୟୀ ଓ ବୁଣାକାର ସମିତିଗୁଡ଼ିକ ପକ୍ଷରୁ ଭଳିକି ଭଳି ପୋଷାକ ଓ ବିଭିନ୍ନ ରାଜ୍ୟର ଲୋକପ୍ରିୟ ତଥା ପ୍ରସିଦ୍ଧ ବସ୍ତ୍ରଗୁଡ଼ିକର କାରବାର ବେଶ୍ ଉତ୍ସାହଜନକ ରହିଛି ବୋଲି ଆୟୋଜକ ଓ ବ୍ୟବସାୟୀମାନେ ମଧ୍ୟ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।