କ’ଣ ଆପଣ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି କି ?

ଆଜିକାଲି ସମସ୍ତ କ୍ଷେତ୍ରରେ ପ୍ରତିଯୋଗିତା ସ୍ତର ବହୁତ ବଢ଼ି ଯାଇଛି। ଏହି କାରଣରୁ ଅନେକ ବାର ପ୍ରତିଭାବାନ ପ୍ରାର୍ଥୀମାନେ ମଧ୍ୟ ଚାକିରିରୁ ବଞ୍ଚିତ ହୋଇ ରହି ଯାଉଛନ୍ତି । ଯଦି ଆପଣ କଲେଜ ପାଠପଢ଼ା ପୂରା କରି ସାରିଛନ୍ତି ଏବଂ ନିଜ ପାଇଁ ଭଲ ଚାକିରି ଖଣ୍ଡିଏ ଖୋଜୁଛନ୍ତି, ତ ଚାକିରି ସାକ୍ଷାତକାର ଦେବା ବେଳେ ଏହି ଟିପ୍ସ ଆପଣଙ୍କ କାମରେ ଆସିପାରେ।କୌଣସି ବି ଚାକିରି ସାକ୍ଷାତକାରକୁ ଚୁଟ୍‌କିରେ ପାର୍ କରିଯିବା ଏତେ ସହଜ କାମ ନୁହେଁ। ଏଥିପାଇଁ ପୂର୍ବରୁ ହିଁ ଅନେକଗୁଡ଼ିଏ ପ୍ରସ୍ତୁତି କରିବାକୁ ପଡ଼ିଥାଏ। ଚାକିରି ସାକ୍ଷାତକାର ପୂର୍ବରୁ ଏବଂ ସେହି ସମୟରେ ମନରେ ଅନେକ କଥା ଫିଟ୍ କରିବା ଜରୁରୀ । କାହିଁକି ନା, ସାକ୍ଷାତକାର ଗ୍ରହଣ କରୁଥିବା ବ୍ୟକ୍ତି ଆପଣଙ୍କ ଅପେକ୍ଷା ଅଧିକ ଅଭିଜ୍ଞ ଏବଂ ବୁଦ୍ଧିମାନ ହୋଇଥିବେ, ଏଥିରେ କୌଣସି ସନ୍ଦେହ ନାହିଁ । ତେଣୁ ତାଙ୍କୁ ପ୍ରଭାବିତ କରିବା ପାଇଁ ନିଜ ତରଫରୁ କୌଣସି ଅଭାବ ନ ରଖିବା ହିଁ ଭଲ ହେବ।ଅଧିକାଂଶ ସାକ୍ଷାତକାରରେ ପ୍ରାର୍ଥୀଙ୍କ ରିଜ୍ୟୁମ୍ ଦେଖି କିଛି ସାଧାରଣ ପ୍ରଶ୍ନ ନିଶ୍ଚିତ ଭାବରେ ପଚରା ଯାଇଥାଏ । ଉଦାହରଣ ସ୍ୱରୂପ, ଆପଣଙ୍କ ନାମର ଅର୍ଥ କ’ଣ, ଆପଣଙ୍କ ସଉକ, ଆପଣଙ୍କ ପାଠପଢ଼ା ଇତ୍ୟାଦି । ତେଣୁ ଏ ସବୁ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏବଂ ପ୍ରସ୍ତୁତି କରିବା ବହୁତ ଜରୁରୀ ହୋଇଥାଏ । ଏହି ପ୍ରକାର ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ପୂର୍ବରୁ ଅଧିକ ଭାବିବା ଉଚିତ୍ ନୁହେଁ ।