ପାଲେଷ୍ଟାଇନ ସହ ଜଡିତ ୟୁଏନଏଚଆରସି ପ୍ରସ୍ତାବକୁ ଭାରତର ସମର୍ଥନ
ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଏକ ସଂକଳ୍ପ ପ୍ରସ୍ତାବ ସପକ୍ଷରେ ଭାରତ ଶୁକ୍ରବାର ଦିନ ଭୋଟ୍ ଦେଇଛି, ଯାହା ପାଲେଷ୍ଟାଇନବାସୀଙ୍କ ଆତ୍ମନିର୍ଭରଶୀଳତାର ଅବିଚ୍ଛେଦ୍ୟ ଅଧିକାରକୁ ପ୍ରମାଣିତ କରିଛି । ଯେଉଁଥିରେ ପାଲେଷ୍ଟାଇନର ଏକ ସ୍ୱାଧୀନ ରାଷ୍ଟ୍ରର ଅଧିକାର ମଧ୍ୟ ସାମିଲ ହୋଇଛି ।
ଏହି ପ୍ରସ୍ତାବରେ ଭାରତର ସହମତି :-
ଜେନେଭା ସ୍ଥିତ ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ‘ପାଲେଷ୍ଟାଇନ ଲୋକମାନଙ୍କର ଆତ୍ମ-ନିର୍ଣ୍ଣୟ ଅଧିକାର’ ଉପରେ ସଂକଳ୍ପ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ଯେଉଁଥିରେ ଭାରତ ସମେତ ୪୨ ସଦସ୍ୟ ଦେଶ ସପକ୍ଷରେ ମତ ଦେଇଥିଲେ । ୪୭ ସଦସ୍ୟ ବିଶିଷ୍ଟ ପରିଷଦରେ ଆମେରିକା ଏବଂ ପାରାଗୁଏ କେବଳ ଦୁଇଟି ଦେଶ ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ ଓ ଆଲବେନିଆ, ଆର୍ଜେଣ୍ଟିନା ଏବଂ କାମେରୁନ ଏଥିରେ ଅଂଶଗ୍ରହଣ କରିନଥିଲେ ।ପାଲେଷ୍ଟାଇନ ଲୋକଙ୍କ ଅଧିକାରକୁ ନିଶ୍ଚିତ କରିବା :-ଏହି ପ୍ରସ୍ତାବରେ ପାଲେଷ୍ଟାଇନର ଲୋକମାନଙ୍କର ଅତ୍ୟାବଶ୍ୟକ, ସ୍ଥାୟୀ ଓ ଅଧିକାର ପୁଷ୍ଟି ହୋଇଛି, ଯେଉଁଥିରେ ସ୍ୱାଧୀନତା, ନ୍ୟାୟ ଏବଂ ସମ୍ମାନ ସହ ବଞ୍ଚିବାର ଅଧିକାର ଏବଂ ସେମାନଙ୍କର ସ୍ୱାଧୀନ ପାଲେଷ୍ଟାଇନ ରାଷ୍ଟ୍ରର ଅଧିକାର ସାମିଲ ହୋଇଛି । ମିଳିତ ଜାତିସଂଘର ପ୍ରସ୍ତାବ ସମେତ ଅନ୍ତର୍ଜାତୀୟ ଆଇନ ତଥା ଅନ୍ୟାନ୍ୟ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ମାନଦଣ୍ଡ ଅନୁଯାୟୀ ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧର ଏକ ନ୍ୟାୟପୂର୍ଣ୍ଣ, ବିସ୍ତୃତ ଏବଂ ସ୍ଥାୟୀ ଶାନ୍ତିପୂର୍ଣ୍ଣ ସମାଧାନ ହାସଲ କରିବାର ଆବଶ୍ୟକତା ଏହା ମଧ୍ୟ ନିଶ୍ଚିତ କରିଛି ।