ସିରିଆରେ ଇସ୍ରାଏଲ୍ର ଏୟାରଷ୍ଟ୍ରାଇକ୍ ଯୋଗୁ ଇରାନର ୨ ଜଣ ଜେନେରାଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ଜବାବରେ ଇରାନ ଆକ୍ରମଣ କରିବା ଆଶଙ୍କା ଥିବାରୁ ଇସ୍ରାଏଲ୍ ଏହାର ଜିପିଏସ୍ ନାଭିଗେଶନ ସେବାକୁ ବନ୍ଦ କରିବା ସହ ସୈନ୍ୟମାନଙ୍କ ଛୁଟି ବାତିଲ କରିଛି। ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ୍ ୬ ମାସ ହେଲା ଯୁଦ୍ଧ ଚଳାଇଥିବାବେଳେ ଏପ୍ରିଲ ୫ ପବିତ୍ର ରମଜାନ ମାସର ଶୁକ୍ରବାର ପରେ ଇରାନ ଯେକୌଣସି ସମୟରେ ଆକ୍ରମଣ କରିବା ଆଶଙ୍କା ରହିଛି। ପାଲେଷ୍ଟାଇନ୍କୁ ସମର୍ଥନରେ ଇରାନ ଶୁକ୍ରବାରକୁ ଜେରୁଜେଲମ୍ ଡେ’ ଭାବେ ପାଳନ କରିଛି। ସୂଚନାଯୋଗ୍ୟ, ୩ ଦିନ ପୂର୍ବେ ଇସ୍ରାଏଲ୍ ସେନା ସିରିଆ ରାଜଧାନୀରେ ଥିବା ଇରାନ କୂଟନୈତିକ କାର୍ଯ୍ୟାଳୟ ପରିସରରେ ବିମାନରୁ ବୋମାମାଡ଼ କରିଥିଲା। ଏଥିରେ ଇରାନ କୁଡ୍ସ ଫୋର୍ସ କମାଣ୍ଡର ଜେନେରାଲ ମହମ୍ମଦ ରେଜା ଜାହେଦି ନିହତ ହୋଇଥିଲେ। ୨୦୨୦ରେ ଆମେରିକା ଡ୍ରୋନ୍ ଆକ୍ରମଣରେ କୁଡ୍ସ ଫୋର୍ସ କମାଣ୍ଡର ମେଜର ଜେନେରାଲ କାସିମ ସୋଲେଇମାନିଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଜାହେଦିଙ୍କ ମୃତ୍ୟୁ ସବୁଠୁ ବଡ଼ ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ବୋଲି କୁହାଯାଉଛି।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
Prev Post
Next Post