ଆସନ୍ତା ୬ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର । ଯାହାକୁ ନେଇ କେଉଁଝର, ଅନୁଗୁଳ, ବୌଦ୍ଧ, ନୟାଗଡ଼, ବଲାଙ୍ଗୀର, ମାଲକାନଗିରିକୁ ହିଟୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ରାଜ୍ୟରେ ଉଷ୍ମ ରାତିର ସ୍ଥିତି ଜାରି ରହିବ। ଗରମ ସହ ଅନେକ ସ୍ଥାନରେ ୫୦ରୁ ୭୦ ପ୍ରତିଶତ ଆର୍ଦ୍ରତା ରହୁଛି ବୋଲି ପାଣିପାଗ ବିଭାଗର ରେକର୍ଡରୁ ଜଣାପଡିଛି। ତେବେ ଉଷ୍ମ ଓ ଆର୍ଦ୍ର ସ୍ଥିତି ୬ ତାରିଖ ପର୍ୟ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଷ୍ମ ରାତିର ସ୍ଥିତିକୁ ନେଇ ବଲାଙ୍ଗୀର, ବୌଦ୍ଧ, ଭଦ୍ରକ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ଏପ୍ରିଲ ୬ ତାରିଖରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।ସୂଚନା ଥାଉକି, ଗତକାଲି ଦିନର ତାପମାତ୍ରା ୪୨ ଡିଗ୍ରୀକୁ ଛୁଇଁବା ସହ ପ୍ରବଳ ଖରାରେ ସିଝିଥିଲା ସାରା ଓଡ଼ିଶା। ଯାହାକୁ ନେଇ ଗତକାଲି ରାଜ୍ୟର ୧୧ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ମାଲକାନଗିରି ଓ ବୌଦ୍ଧ ଚଳିତ ସିଜିନରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨ ଡିଗ୍ରୀ ସହ ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳ ଓ ବଲାଙ୍ଗିର ୪୧.୭ ଏବଂ ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ ହୋଇଥିଲା। ଅନ୍ୟପଟେ ଗତକାଲି ରାଜଧାନୀ ଭୁବନେଶ୍ୱରରେ ପାରଦ ୩୭.୪ ଡିଗ୍ରୀ ଥିଲେ ବି ପ୍ରବଳ ଗୁଳୁଗୁଳି ଅନୁଭୁତ ହୋଇଛି।
Trending
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ
- ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍
- ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଲେ ଜ୍ବାଇଁ
- ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପ
- ହଠାତ୍ ସୃଷ୍ଟିହୋଇଥିବା ବର୍ଷା ଓ ପବନ ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ
- ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
Next Post