ଗିଟାରିଷ୍ଟ କର୍ଟ କୋବେନଙ୍କ ମହଙ୍ଗା ଗିଟାର

ଗିଟାରିଷ୍ଟ କର୍ଟ କୋବେନଙ୍କ ମହଙ୍ଗା ଗିଟାର

ଗିଟାରିଷ୍ଟ କର୍ଟ କୋବେନଙ୍କ ମହଙ୍ଗା ଗିଟାର

bloomberg.com

ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦୁନିଆରେ ଭରି ରହିଛି ମହଙ୍ଗା ଜିନିଷ ସବୁ । ଏହ ସବୁ ଜିନିଷ କେବେ କେବେ ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆର୍କଷଣ କରେ । ଏହି ସବୁ ମହଙ୍ଗା ଜିନିଷ ଲକ୍ଷ ଲକ୍ଷ ମୂଲ୍ୟରେ ବିକ୍ରି ମଧ୍ୟ କରାଯାଏ । ବିଭିନ୍ନ ସହରରେ ଭିନ୍ନ ଭିନ୍ନ ପ୍ରକାରର ମହଙ୍ଗା ଜିନିଷ ମିଳେ । ଘର,ଗାଡି ଓ ଅନ୍ୟାନ ଜିନିଷ କିନ୍ତୁ ଏକ ଗିଟାରର ମୂଲ୍ୟ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।
ଏହି ଗିଟାରର ମୂଳ୍ୟରେ ଏକ ବିଳାସମୟ ଘର କିଣାଯାଇପାରିବ । ଆମେରିକୀୟ ଗାୟକ ତଥା ବିଶ୍ୱ ପ୍ରସିଦ୍ଧ ଗିଟାରିଷ୍ଟ କର୍ଟ କୋବେଙ୍କର ଏହି ଦାମୀ ଗିଟାର । ତାଙ୍କର ୧୯୯୪ ମସିହାରେ ଦେହାନ୍ତ ହୋଇଥିଲା ।ଏହି ଗିଟାରଟି ମାର୍ଟିନ ଡି-୧୮ଇ ଆକୃଷ୍ଟିକ୍ ମଡେଲର ।ଗତବର୍ଷ ଏହି ଗିଟାରକୁ ନିଲାମ କରାଯାଇଥିଲା । ଏହା ଦୁନିଆର ସବୁଠାରୁ ଦାମୀ ଗିଟାର ଭାବେ ପରିଣତ ହୋଇଛି । ଅଷ୍ଟ୍ରେଳିଆର ରୋଡ୍‌ସ ମାଇକ୍ରୋଫୋନ୍ କମ୍ପାନୀର ମାଲିକ ପିଟର ଫ୍ରିଡମ୍ୟାନ୍ ନିଲାମରେ ଏହି ଗିଟାରକୁ କିଣିିଛନ୍ତି ।
ସୂଚନା ଅନୁଯାୟୀ,କର୍ଟ କୋବେନ ଏହି ଗିଟାରକୁ ମାତ୍ର ୫ଡଲାରରେ କିଣିଥିଲେ । ଯାହାର ମୂଲ୍ୟ ବର୍ତ୍ତମାନ କୋଟି କୋଟି ଟଙ୍କାରେ ପହଞ୍ଚିଛି ।୧୯୯୩ ମସିହାରେ ଏହି ଗିଟାର ସହ ସେ ଏକ ଲାଇଭ ପ୍ରୋଗ୍ରାମ ମଧ୍ୟ କରିଛନ୍ତି ।