ଟ୍ୱିନ ସିଟିରେ ମେଘୁଆ ପାଗ
ଆଜି ସକାଳୁ ସକାଳୁ ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ ମେଘୁଆ ପାଗ ଦେଖିବାକୁ ମିଳିଛି । ଟ୍ୱିନ ସିଟି ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ଟ୍ୱିନ ସିଟିରେ ମେଘୁଆ ପାଗ ଅନୁଭୂତ ହୋଇଛି । ସେପଟେ ରାଜ୍ୟରେ ତାପମାତ୍ରା ମଧ୍ୟ ଏବେ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ମାଲକାନଗିରି ସର୍ବାଧିକ ରେକର୍ଡ କରିଛି ।