ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ବିଧାୟକ ସୁର ରାଉତାରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ତାଙ୍କ ସାନପୁଅ ମନ୍ମଥକୁ ଯେତେ ବୁଝାଇଥିଲେ ମଧ୍ୟ ସେ ମୋ କଥା ଶୁଣି ନ ଥିଲା । ଶେଷରେ ସେ ତା’ ଇଚ୍ଛାରେ ବିଜେଡିରେ ସାମିଲ ହୋଇଥିଲା ।ପୁଅର ଏପରି ନିଷ୍ପତ୍ତି ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ ମୁଁ ସମସ୍ତ କମିଟିରୁ ଇସ୍ତଫା ଦେଉଛି । ସେ ସମସ୍ତ କମିଟିରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳରେ ରହିବେ ବୋଲି କହିଛନ୍ତି ଓ ଜୀବନ ଥିବା ଯାଏ ସେ କଂଗ୍ରେସରେ ରହିବେ । ଏହା ସହିତ ତାଙ୍କ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି ସେ କହିଛନ୍ତି ।
Trending
- ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି , ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରିଚୟପତ୍ର ବଦଳିବ
- ଶ୍ରାବଣ ମାସର ତୃତୀୟ ସୋମବାର
- ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
Prev Post
Next Post