ଚେନ୍ନାଇର ଦମ୍‌ଦାର ପ୍ରର୍ଦଶନ

ଚାଲିଚି ଆଇପିଏଲ୍‌ର ସପ୍ତଦଶ ସଂସ୍କରଣର ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍‌ସ ଜାରି ରଖିଛି ଦମ୍‌ଦାର ପର୍ଦଶନ । ଗତ କାଲି ଖେଳା ଯାଇଥିବା ମ୍ୟାଚରେ ବିଜୟ ହାସଲ କଗିଛି ଚେନ୍ନାଇ ସୁପର କିଙ୍ଗ୍‌ସ । ଦମ୍‌ଦାର ବ୍ୟାଟିଂ ସାଙ୍ଗକୁ ଦମଦାର୍ ବୋଲିଂ ମଧ୍ୟ କରିଛି । ଯାହାଫଳରେ ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି । ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକିଛି ।ଗୁଜରାଟ୍‌ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩ଟି ଚୌକା ସହାୟତରେ ୩୭ ରନ୍‌ ଯୋଡ଼ିଥିଲେ । ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ଶାହ ଓ ଡେଭିଲ ମିଲରଙ୍କ ବ୍ୟାଟ୍‌ରୁ ୨୧ ରନ୍‌ ଲେଖାଏଁ କରିଥିଲେ । ଅନ୍ୟ ବ୍ୟାଟରମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା ।