ଉପରମୁହାଁ ହେବା ସହ ବଢୁଛି ତାତି

ପାରଦ ଉପରମୁହାଁ ହେବା ସହ ବଢୁଛି ତାତି । ଏପରିକି କେତେକ ସହରରେ ତାପମାତ୍ରା 35 ରହିଛି ଡିଗ୍ରୀ ଉପରେ ।ଏପ୍ରିଲ ପ୍ରଥମ ସପ୍ତାହରୁ ବଢିବ ପାରଦ। ମୁଖ୍ୟତଃ ପାଗ ଶୁଖିଲା ରହିବ, ଶୁଷ୍କ ବାୟୁ ପ୍ରବାହିତ ହେବ। ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା। ଉପକୂଳ ଓଡ଼ିଶାରେ ୩୫ରୁ ୩୭ ଡିଗ୍ରୀ ସୀମିତ ରହିବ ଓ ଆଭ୍ୟନ୍ତରୀଣରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି ।