ହିମାଚଳ ପ୍ରଦେଶରେ ହୋଲି ଭଳି ଦିନରେ ଏକ ବଡ଼ ଅଘଟଣ ଘଟିଯାଇଛି। ଏହି ଅଘଟଣରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହୋଲି ଅବସରରେ ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ଏପରି ଅଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୁଲିସ୍ ମୃତକମାନଙ୍କ ଶରୀରକୁ ଜବତ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହୋଲା ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ହାଠାତ୍ ପାହାଡ଼ ଧସିଥିଲା।ହୋଲି ପାଇଁ ଭୋର ପ୍ରାୟ ୫ଟାରେ ଆମ୍ବର ମେଡି ମେଳା ସେକ୍ଟର ନଂ ୫ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁମାନେ ପବିତ୍ର ଝରଣାରେ ସ୍ନାନ କରୁଥିଲେ। ଏହି ସମୟରେ ହଠାତ୍ ପାହାଡ଼ରୁ ପଥର ଖସିବାକୁ ଲାଗିଥିଲା। ପଥର ଖସିବା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହେବାରୁ ଚରଣ ଗଙ୍ଗାରେ ଗାଧୋଉଥିବା ଷ୍ରଦ୍ଧାଳୁ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଆମ୍ବକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
Trending
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
- ଲାଞ୍ଚ ନେଇ ଜେଲ ଗଲେ ଉପଜିଲ୍ଲାପାଳ
- କେରଳ ଉପକୂଳରେ ସିଙ୍ଗାପୁରର କଣ୍ଟେନର ଜାହାଜ ରେ ବିସ୍ଫୋରଣ
- ଦେଶର ଦ୍ବିତୀୟ ସର୍ବବୃହତ ଭାୟାଡକ୍ଟ ସେତୁ ଓଡ଼ିଶାରେ ନିର୍ମାଣ ,୨୦୨୬ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ସେତୁ ନିର୍ମାଣ କାର୍ଯ୍ୟ ଶେଷ
- ହନିମୁନକୁ ନେଇ ସ୍ବାମୀଙ୍କୁ ହତ୍ୟା କରିଥିଲେ ସ୍ତ୍ରୀ ସୋନମ୍
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
Prev Post
Next Post