ହିମାଚଳ ପ୍ରଦେଶରେ ହୋଲି ଭଳି ଦିନରେ ଏକ ବଡ଼ ଅଘଟଣ ଘଟିଯାଇଛି। ଏହି ଅଘଟଣରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହୋଲି ଅବସରରେ ଉନା ଜିଲ୍ଲାର ଆମ୍ବ ଉପଖଣ୍ଡର ମେଡିରେ ଭୂସ୍ଖଳନ ଘଟି ଏପରି ଅଘଟଣା ଘଟିଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ପୁଲିସ୍ ମୃତକମାନଙ୍କ ଶରୀରକୁ ଜବତ କରି ଆଗାମୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହୋଲା ମୋହଲ୍ଲା ଉତ୍ସବ ଚାଲିଥିବାବେଳେ ଏଠାରେ ହାଠାତ୍ ପାହାଡ଼ ଧସିଥିଲା।ହୋଲି ପାଇଁ ଭୋର ପ୍ରାୟ ୫ଟାରେ ଆମ୍ବର ମେଡି ମେଳା ସେକ୍ଟର ନଂ ୫ ଚରଣ ଗଙ୍ଗାରେ ଶ୍ରଦ୍ଧାଳୁମାନେ ପବିତ୍ର ଝରଣାରେ ସ୍ନାନ କରୁଥିଲେ। ଏହି ସମୟରେ ହଠାତ୍ ପାହାଡ଼ରୁ ପଥର ଖସିବାକୁ ଲାଗିଥିଲା। ପଥର ଖସିବା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହେବାରୁ ଚରଣ ଗଙ୍ଗାରେ ଗାଧୋଉଥିବା ଷ୍ରଦ୍ଧାଳୁ ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ସିଭିଲ ହସ୍ପିଟାଲ ଆମ୍ବକୁ ଅଣାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି।
Trending
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
Prev Post
Next Post