ଲୋକସଭା ନିର୍ବାଚନ-୨୦୨୪ ଏବେ ନୂଆ ମୋଡ଼ ନେଇଛି । ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଏବେ ବିଜେଡି ଓ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢିବାକୁ ଯାଉଛନ୍ତିା ଏଥିପାଇଁ ଉଭୟ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ଟିକେଟ୍ କସରତ । ଏହାସହିତ ଉଭୟ ଦଳରେ ଦେଖିବାକୁ ମିଳିଛି ଦଳ ଡିଆଁ ପର୍ବ । ଅର୍ଥାତ୍ କିଛି ନେତା ଏ ଦଳରୁ ସେ ଦଳକୁ ଯାଉଛନ୍ତି ତ ଆଉ କିଛି ସେ ଦଳରୁ ଏ ଦଳକୁ ଆସୁଛନ୍ତି । ଏହା ପଛରେ ଟିକେଟ୍ ରାଜନୀତି ରହିଛି ବୋଲି କୁହାଯାଉଥିବା ବେଳେ ଆଉ କିଛି ନେତା କିନ୍ତୁ ବିଭିନ୍ନ କାରଣରୁ ଅସନ୍ତୁଷ୍ଟ ହୋଇ ଗୋଟିଏ ଦଳରୁ ଅନ୍ୟ ଦଳରେ ସାମିଲ ହେଉଛନ୍ତି । ଏହି ମିଶ୍ରଣ ପର୍ବରେ ବର୍ତ୍ତମାନ ସବୁଠାରୁ ବଡ଼ ନାଁ ହେଉଛି ସାଂସଦ ଅନୁଭବ ମହାନ୍ତି । ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଓଲିଉଡ୍ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ବିଜେଡି ଛାଡି ବିଜେପିରେ ମିଶିପାରନ୍ତି ।ଓଲିଉଡ ସୁପରଷ୍ୟାର ତଥା କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ନିଜ ଦଳ ବିଜେଡିରୁ ବିଦାୟ ନେଇପାରନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଉଛି । ତେବେ ବିଜୁ ଜନତା ଦଳ ଛାଡି ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି । ଗତ ଶୁକ୍ରବାର କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କ ମତକୁ ଗୁରୁତ୍ୱ ଦିଆଯାଉନଥିବା କାରଣ ଦର୍ଶାଇ ବିଜେଡି ଛାଡିଥିବା କହିଛନ୍ତି ଭର୍ତ୍ତୃହରି । ଏହାପରେଶାସକ ଦଳର ଆଉ ଜଣେ ସାଂସଦ ମଧ୍ୟ ଦଳ ଛାଡିପାରନ୍ତି ବୋଲି ଆଲୋଚନା ହେଉଛି ।ତେବେ ଅନୁଭବଙ୍କ ତରଫରୁ କିମ୍ବା ଦଳ ପକ୍ଷରୁ ଏପର୍ଯ୍ୟନ୍ତ ସେଭଳି କୌଣସି ସଙ୍କେତ ଦିଆଯାଇନାହିଁ । ତଥାପି ଏହି ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଅମୂଳକ ବୋଲି ମଧ୍ୟ କହିହେବ ନାହିଁ । କାରଣ ନିକଟରେ କେନ୍ଦ୍ରାପଡା ଜିଲ୍ଲାର ନେତାମାନଙ୍କୁ ନବୀନ ନିବାସକୁ ଡକାଯାଇଥିବା ବେଳେ ସେଠାରେ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ମିଳିନଥିଲା । ଏହା ସହିତ କେନ୍ଦ୍ରାପଡା ଲୋକସଭା ଆସନରେ ଏଥର ଅଂଶୁମାନ ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଯଦି ଏହି ଚର୍ଚ୍ଚାରେ ସତ୍ୟତା ଥାଏ, ତେବେ ୨୦୧୯ରେ କେନ୍ଦ୍ରାପଡାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ କେନ୍ଦ୍ରାପଡ଼ାରୁ ନିର୍ବାଚନ ଲଢିପାରିବେ ନାହିଁ । ତେବେ ପ୍ରଶ୍ନ ଉଠୁଛି ଯଦି କେନ୍ଦ୍ରାପଡ଼ାରୁ ଅନୁଭବଙ୍କୁ ଟିକେଟ୍ ନ ମିଳେ, ତେବେ ବିଜେଡି ତାଙ୍କୁ ଅନ୍ୟ କେଉଁ ଆସନ ଦେବା ପାଇଁ ଚିନ୍ତା କରୁଛି କି?
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post