୧୯୬୯ ଅକ୍ଟୋବର ୭ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ କଂଗ୍ରେସ ନେତା ଅଜୟ ରାୟ । ବିଜେପି ଛାତ୍ର ଶାଖା ABVP ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୬ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ କୋଲକାତା ଅସନରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ୯ ଥର CPI ବିଧାୟକ ଉଦଲଙ୍କୁ ୪୮୪ ଭୋଟରେ ପରାସ୍ତ କରିଥିଲେ । ଏହା ପରେ ୨୦୦୨ ଏବଂ ୨୦୦୭ ଲୋକସଭା ନିର୍ବାଚନରେ BSPର ଅବଧେଶ ସିଂହଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରିଥିଲେ । ସେ ୨୦୦୯ରେ ବିଜେପି ଛାଡ଼ିଥିଲେ । ଦଳ ତାଙ୍କୁ ବରାଣାସୀରୁ ଲୋକସଭା ଟିକେଟ ପ୍ରଦାନ କରିନଥିଲା ବୋଲି ଏଭଳି ନିଷ୍ପତ୍ତି ନେଇଥିଲେ । ଏହା ପରେ ସେ BSPରେ ସାମିଲ ହୋଇଥିଲେ । ଦଳ ତାଙ୍କୁ ବାରାଣାସୀରେ ମୁରଲୀ ମନୋହର ଜୋଶୀଙ୍କ ବିରୋଧରେ ନିର୍ବାଚନୀ ମଇଦାନରେ ଓହ୍ଲାଇଥିଲା କିନ୍ତୁ ଏଥିରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା ।ପାଞ୍ଚ ଥର ବିଧାୟକ ରହିସାରିଥିବା ଅଜୟ ରାୟ ୨୦୧୨ରେ କଂଗ୍ରେସର ହାତ ଧରିଥିଲେ । ଏହି ବର୍ଷ ସେ ପିଣ୍ଡ୍ରା ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ । ୨୦୧୪ ଏବଂ ୨୦୧୯ରେ କଂଗ୍ରେସ ତାଙ୍କୁ ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦୀଙ୍କ ବିପକ୍ଷରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା କିନ୍ତୁ ୨ ଥର ସେ ପରାଜିତ ହୋଇଥିଲେ । ପରେ ୨୦୨୩ରେ ଦଳ ତାଙ୍କୁ ଉତ୍ତର ପ୍ରଦେଶର କଂଗ୍ରେସ କମିଟି ଭାବେ ଚୟନ କରିଥିଲା ।
୭ମ ପର୍ଯ୍ୟାୟ ଅନ୍ତର୍ଗତ ବାରାଣାସୀରେ ଜୁନ ୧ରେ ମତଦାନ ଅନୁଷ୍ଠିତ ହେବ । ତେବେ ସପ୍ତମ ପର୍ଯ୍ୟାୟରେ ମହାରାଜଗଞ୍ଜ, ଗୋରଖପୁର, କୁଶିନଗର, ଦେବରିୟା, ବାଂଶଗାଓଁ, ଘୋସୀ, ସଲେମପୁର, ବଲିୟା,
Trending
- ବୀରତ୍ବ ଓ ତ୍ୟାଗର ଅନନ୍ୟ ପ୍ରମାଣ CISF -ଗୃହମନ୍ତ୍ରୀ ଅମିତ ଶାହ
- ରାଜ୍ୟସଭା ଲଢ଼େଇ: ଦିଲୀପଙ୍କ ‘୨୦୦୨’ ରଣନୀତିକୁ ନେଇ ଚର୍ଚ୍ଚା, ୪ର୍ଥ ଆସନ ପାଇଁ ପେଞ୍ଚ
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
Prev Post
Next Post