ରୁଷ୍ରେ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ପୁଣିଥରେ ସମଗ୍ର ବିଶ୍ବରେ ଆତଙ୍କବାଦକୁ ନେଇ ନୂଆ ଭୟ ସଂଚାର କରିଛି। ମସ୍କୋର ଏକ କନ୍ସର୍ଟ ହଲ୍ରେ ଆତଙ୍କବାଦୀଙ୍କ ଗୁଳିରେ ୧୪୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍ଲାମିକ ଷ୍ଟେଟ୍ କାହିଁକି ରୁଷ୍କୁ ଟାର୍ଗେଟ କଲା ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଞ୍ଚମ ଥର କ୍ଷମତାକୁ ଆସିବାର କିଛି ଦିନ ପରେ ଆଫଗାନିସ୍ତାନରୁ ସଂଚାଳିତ ହେଉଥିବା ଆଇଏସ୍ଆଇଏସ୍-କେ ଏହି ଆକ୍ରମଣ କରିଛି। ୨୦୧୫ରେ ସିରିଆ ଗୃହଯୁଦ୍ଧରେ ରାଷ୍ଟ୍ରପତି ପୁଟିନଙ୍କ ହସ୍ତକ୍ଷେପ ପରେ ରୁଷ୍ ଏବଂ ଇସ୍ଲାମିକ୍ ଷ୍ଟେଟ୍ ମଧ୍ୟରେ ନିରନ୍ତର ସଂଘର୍ଷ ଚାଲିଛି। ଆଇଏସ୍ର ମୂଳୋତ୍ପାଟନରେ ଉଭୟ ଆମେରିକା ଓ ରୁଷ୍ ବିଫଳ ହୋଇଥିବା ବେଳେ ଏବେ ଆଇଏସ୍ ରୁଷ୍କୁ ଟାର୍ଗେଟ୍ କରିଛି।ପୁଟିନ୍ ଇସ୍ଲାମିକ୍ ଷ୍ଟେଟ୍ ବିରୋଧରେ ସିରିଆ ରାଷ୍ଟ୍ରପତି ବଶର ଅଲ୍ ଅସଦଙ୍କୁ ସମର୍ଥନ କରିଥିଲେ ଏବଂ ଆଇଏସ୍ର ଠିକଣା ଉପରେ ବିମାନ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରଠାରୁ ଆଇଏସ୍ ରୁଷ୍ ଉପରେ ଆକ୍ରମଣ ପାଇଁ ସର୍ବଦା ଚେଷ୍ଟାରତ ରହିଛି। ୨୦୨୨ମସିହାରେ ଆଫଗାନିସ୍ତାନର କାବୁଲରେ ଥିବା ରୁଷୀୟ ଦୂତାବାସ ଉପରେ ଆଇଏସଆଇଏସ-କେ ଆତ୍ମଘାତୀ ଆକ୍ରମଣ କରିଥିଲା, ଯେଉଁଥିରେ ଦୁଇ ଜଣ ଦୂତାବାସ କର୍ମଚାରୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ । ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ‘ଆଇଏସ୍ଆଇଏସ୍-କେ’ ନିଜର କାୟାବିସ୍ତାର ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇଥିବାରୁ ଏବେ ରୁଷ୍ ପ୍ରତି ଆତଙ୍କବାଦୀ ଆକ୍ରମଣ ଭୟ ବଢ଼ିଛି।
Trending
- କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ମିଳିଲା ଦୀପାବଳି ବୋନସ
- ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
Prev Post
Next Post