ଆଜି ସାରା ବିଶ୍ୱ ପାଳିବ ‘ଆର୍ଥ ଆୱାର’। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ। ଆଜି ରାତି ୮ଟା ୩୦ ରୁ ୯ଟା ୩୦ ଯାଏଁ ‘ଆର୍ଥ ଆୱାର’ ପାଳନ କରାଯିବ। ଅର୍ଥାତ୍ ପୂରା ୧ ଘଣ୍ଟା ବିଶ୍ୱବାସୀ ବିନା ବିଦ୍ୟୁତ୍ ରେ ସମୟ କଟାଇବେ ବା ଅନ୍ଧାରରେ ରହିବେ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ଏହି ଦିବସ ପାଳନ କରାଯାଏ। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ‘ଆର୍ଥ ଆୱାର’କୁ ପାଳନ କରିବାକୁ ସୋସିଆଲ ମିଡିଆରେ ନିବେଦନ କରିଛନ୍ତି।ସେପଟେ, ପ୍ରସିଦ୍ଧ ବାଲୁକା ଚିତ୍ରଶିଳ୍ପୀ ଶୁଦର୍ଶନ ପଟ୍ଟନାୟକ ମଧ୍ୟ ଏନେଇ ଏକ ବାର୍ତ୍ତା ଦେଇଛନ୍ତି। ଯାହାକୁ ନେଇ ସେ ପୁରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ଆଙ୍କିଛନ୍ତି। ତେବେ ବାଲୁକା କଳା ମାଧ୍ୟମରେ ସୁଦର୍ଶନ ଏହି ବାର୍ତ୍ତା ଦେଇଛନ୍ତି ଯେ, ଆଜି ରାତି ୮ ଟା ୩୦ ରୁ ୯ ଟା ୩୦ ଯାଏ ଆର୍ଥ ଆୱାରରେ ସମସ୍ତେ ନିଜକୁ ସାମିଲ କରନ୍ତୁ। ଏହି ଏକ ଘଣ୍ଟା ଘରେ ଥିବାବେଳେ ଅଯଥା ଆବଶ୍ୟକ ନ ଥିବା ଲାଇଟ୍, ବିଦ୍ୟୁତ ଉପକରଣ ବନ୍ଦ କରନ୍ତୁ।୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀରେ ସହରରେ ପ୍ରଥମେ ଏହି ‘ଆର୍ଥ ଆୱାର’ ପାଳନ କରାଯାଇଥିଲା । ତା’ ପର ଠାରୁ ୨୦୦୮ ମସିହା ଏହା ବିଶ୍ୱସ୍ତରରେ ପାଳନ କରାଗଲା । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିବେଳେ ଭାରତରେ ମଧ୍ୟ ଏହାକୁ ପୂର୍ଣ୍ଣ ସମର୍ଥନ ମିଳିଲା । ୨୦୦୯ରେ ଏହି ଅଭିଯାନରେ ଭାରତ ସାମିଲ ହେବା ପରଠାରୁ କେବଳ ଦିଲ୍ଲୀରେ ୭୦୦ମେଗାୱାଟ୍ ବିଦ୍ୟୁତ୍ ଶକ୍ତି ସଂରକ୍ଷଣ ହୋଇପାରିଥିଲା । ଏବଂ ସେହି ବର୍ଷ ଠାରୁ ଆମ ଦେଶ ସମେତ ସମସ୍ତ ରାଜ୍ୟରେ ‘ଆର୍ଥ ଆୱାର’ ପାଳନ କରାଯାଉଛି।
Trending
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Next Post