ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଖଣିରୁ ଗୁହାଳଡିହି ସାଇଡିଂକୁ ରେଳ ସଂଯୋଗ ପ୍ରତିବାଦରେ କେନ୍ଦୁଝର ଜିଲା ଟ୍ରକ୍ ମାଲିକ ସଂଘର ୨୪ ଘଣ୍ଟିଆ କେନ୍ଦୁଝର ଜିଲା ବନ୍ଦ ଓ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଛି। ଏହି ସାଇଡିଂ ହେଲେ ହଜାର ହଜାର ଟ୍ରକ୍ ମାଲିକ କାମ ହରାଇବେ ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଏହି ବ୍ୟବସାୟ ଉପରେ ନିର୍ଭର ଲକ୍ଷାଧିକ ପରିବାର କ୍ଷତିଗ୍ରସ୍ତ ହେବେ।ଏଣୁ ଏହି ରେଳ ଲାଇନ ନିର୍ମାଣକୁ ବିରୋଧ କରି ବନ୍ଦ ଡାକରା ଦେବା ସହ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳରୋକୋ ଆରମ୍ଭ କରିଛନ୍ତି। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତ୍ରୀବାହୀ ଓ ମାଲ୍ବାହୀ ଟ୍ରେନ ଚଳାଚଳ ଠପ୍ ହୋଇଯାଇଛି। ରାସ୍ତାରେ ମାଲ୍ ପରିବହନ ବନ୍ଦ ରହିଛି। ବସ୍ ବନ୍ଦ ଯୋଗୁ ଯାତ୍ରୀ ପରିବହନ ବାଧାପ୍ରାପ୍ତ ହୋଇଛି। ଦୋକାନ ବଜାର, ଅଫିସ ବନ୍ଦ ରହିଥିବା ବେଳେ ପେଟ୍ରୋଲ ପମ୍ପ୍ ମଧ୍ୟ ବନ୍ଦ ଥିବା ସୂଚନା ମିଳିଛି।
Trending
- ଆଜି ସନ୍ଧ୍ୟାରେ ବିଜେପିର ହାଇଭୋଲଟେଜ୍ ବୈଠକ: ରୁଦ୍ଧଦ୍ୱାର ପ୍ରକୋଷ୍ଠରେ ରଣନୀତି ପ୍ରସ୍ତୁତ କରିବେ ଅମିତ ଶାହ
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
Prev Post
Next Post