୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ୧ ନମ୍ବର ହେଉ ବୋଲି ନିଜର ଶେଷ କ୍ୟାବିନେଟ୍ରେ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ପରିବାରର ସେବା କରିବା ପାଇଁ ମନୋନୀତ ହୋଇଥିବାରୁ ଖୁସି ଅନୁଭବ କରୁଛି। ଆଗାମୀ ଦଶନ୍ଧି ହେଉଛି ଯୁବକମାନଙ୍କର। ଏହି ବର୍ଗକୁ ସର୍ବୋତ୍ତମ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସଂପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଯାହାଦ୍ବାରା ଯୁବକମାନେ ହିଁ ନୂଆ ଓଡ଼ିଶାର ନିର୍ମାଣ କରିବେ। ଓଡ଼ିଶା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଓ ଲୋକମାନଙ୍କ ପାଇଁ ସମୃଦ୍ଧି ଆଣିବ। ଆସନ୍ତା ୧୦ବର୍ଷରେ ଏକ ସଶକ୍ତ ଓଡ଼ିଶା ଗଠନ ହେବ; ଯାହା ଆଧୁନିକ, ଗତିଶୀଳ ହେବା ସହ ରାଜ୍ୟର ଯୁବକ, ମହିଳା ଓ ଶିଶୁ, ଉଦ୍ୟୋଗୀ, କୃଷକ ଓ ଆଦିବାସୀଙ୍କ ପାଇଁ ଉତ୍ତରଦାୟୀ ରହିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପୁରୁଣା ସ୍ମୃତି ମନେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ବାତ୍ୟାବିଧ୍ବସ୍ତ ଓ ଅନୁନ୍ନତ ଅବସ୍ଥାରେ ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ରାଜ୍ୟକୁ ବିକାଶ ପଥରେ ଫେରାଇ ଆଣିବାରେ ସମୟର ସବୁଠାରୁ ବଡ଼ ଆହ୍ବାନ ଥିଲା। ହେଲେ ସବୁ ଓଡ଼ିଆ ପରିବାର ସଦସ୍ୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଜୁ ବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଥିଲା। ଆଜି ଚିତ୍ର ବଦଳିଯାଇଛି। ଏବେ ଓଡ଼ିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ପାଲଟିଛି ଓ ଅନେକ କ୍ଷେତ୍ରରେ ଏକ ମଡେଲ୍ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୫ବର୍ଷ ରାଜ୍ୟ ସରକାର ୫-ଟି ନୀତି ଉପରେ ଆଧାରିତ ଥିଲା। ଓଡ଼ିଶାର ରୂପାନ୍ତରଣ ଓ ସମୃଦ୍ଧ ଦିଗରେ ଆଗେଇ ନେବାରେ ଏହି ଅବଧି ଏକ ମାଇଲଖୁଣ୍ଟ ଭାବେ ଇତିହାସରେ ସ୍ମରଣୀୟ ହୋଇରହିବ। ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ଭିତରେ ପ୍ରତିଫଳିତ ହୋଇଛି।
Trending
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
Prev Post
Next Post