୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ହେବ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ୧ ନମ୍ବର ହେଉ ବୋଲି ନିଜର ଶେଷ କ୍ୟାବିନେଟ୍ରେ ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ସାଢ଼େ ୪ କୋଟି ପରିବାରର ସେବା କରିବା ପାଇଁ ମନୋନୀତ ହୋଇଥିବାରୁ ଖୁସି ଅନୁଭବ କରୁଛି। ଆଗାମୀ ଦଶନ୍ଧି ହେଉଛି ଯୁବକମାନଙ୍କର। ଏହି ବର୍ଗକୁ ସର୍ବୋତ୍ତମ ଶିକ୍ଷା ଓ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଓ ସେମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ସଂପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ଯାହାଦ୍ବାରା ଯୁବକମାନେ ହିଁ ନୂଆ ଓଡ଼ିଶାର ନିର୍ମାଣ କରିବେ। ଓଡ଼ିଶା ସବୁ କ୍ଷେତ୍ରରେ ମାନଦଣ୍ଡ ସ୍ଥାପନ କରିବ ଓ ଲୋକମାନଙ୍କ ପାଇଁ ସମୃଦ୍ଧି ଆଣିବ। ଆସନ୍ତା ୧୦ବର୍ଷରେ ଏକ ସଶକ୍ତ ଓଡ଼ିଶା ଗଠନ ହେବ; ଯାହା ଆଧୁନିକ, ଗତିଶୀଳ ହେବା ସହ ରାଜ୍ୟର ଯୁବକ, ମହିଳା ଓ ଶିଶୁ, ଉଦ୍ୟୋଗୀ, କୃଷକ ଓ ଆଦିବାସୀଙ୍କ ପାଇଁ ଉତ୍ତରଦାୟୀ ରହିବ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ପୁରୁଣା ସ୍ମୃତି ମନେ ପକାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ବାତ୍ୟାବିଧ୍ବସ୍ତ ଓ ଅନୁନ୍ନତ ଅବସ୍ଥାରେ ଥିବା ବେଳେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ରାଜ୍ୟକୁ ବିକାଶ ପଥରେ ଫେରାଇ ଆଣିବାରେ ସମୟର ସବୁଠାରୁ ବଡ଼ ଆହ୍ବାନ ଥିଲା। ହେଲେ ସବୁ ଓଡ଼ିଆ ପରିବାର ସଦସ୍ୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଜୁ ବାବୁଙ୍କ ଦୃଷ୍ଟିଭଙ୍ଗୀରୁ ମାର୍ଗଦର୍ଶନ ମିଳିଥିଲା। ଆଜି ଚିତ୍ର ବଦଳିଯାଇଛି। ଏବେ ଓଡ଼ିଶା ଦେଶର ଅନ୍ୟତମ ପ୍ରଗତିଶୀଳ ରାଜ୍ୟ ପାଲଟିଛି ଓ ଅନେକ କ୍ଷେତ୍ରରେ ଏକ ମଡେଲ୍ ରାଜ୍ୟ ଭାବେ ପରିଗଣିତ ହେଉଛି। ଗତ ୫ବର୍ଷ ରାଜ୍ୟ ସରକାର ୫-ଟି ନୀତି ଉପରେ ଆଧାରିତ ଥିଲା। ଓଡ଼ିଶାର ରୂପାନ୍ତରଣ ଓ ସମୃଦ୍ଧ ଦିଗରେ ଆଗେଇ ନେବାରେ ଏହି ଅବଧି ଏକ ମାଇଲଖୁଣ୍ଟ ଭାବେ ଇତିହାସରେ ସ୍ମରଣୀୟ ହୋଇରହିବ। ରୂପାନ୍ତରୀକରଣ ସମଗ୍ର ରାଜ୍ୟରେ ଓ ସବୁ ବର୍ଗର ଲୋକଙ୍କ ଭିତରେ ପ୍ରତିଫଳିତ ହୋଇଛି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post