ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ

କିଏ କହୁଛି ମେଣ୍ଟ ହେବ କିଏ କହୁଛି ହେବନି । ପୂର୍ବରୁ ବିଜେଡି ସହ ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ବିଜେପି ରାଜ୍ୟରେ ସମ୍ଭାବ୍ୟ ମେଣ୍ଟ ଦିଗରେ ଆଗଉଥିବା ଚର୍ଚ୍ଚା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। bjd  ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ପରେ ଏହି ଚିତ୍ର ଆହୁରି ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ପ୍ରାୟ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ବିଜେପିର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ପରେ ନିଜ ଟିମ୍‌ ସହ ଓଡ଼ିଶା ଫେରିଛନ୍ତି। କିନ୍ତୁ ସେ ସିଧାସଳଖ ମେଣ୍ଟ ସମ୍ପର୍କରେ କିଛି କହି ନାହାନ୍ତି। ମେଣ୍ଟକୁ ନେଇ ମାପିଚୁପି ମତ ରଖୁଛନ୍ତି। ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସବୁ ଠିକ୍ ଚାଲିଛି ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ ।