ବର୍ଷା ସମ୍ଭାବନା

ରାଜ୍ୟରେ ଏବେ ଏକାଧିକ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ ମଙ୍ଗଳବାର ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଯେଉଁ ଘୂର୍ଣ୍ଣିଝଡ଼ର ପ୍ରଭାବ ରହିଥିଲା, ତାହା ବର୍ତ୍ତମାନ ଶାନ୍ତ ପଡ଼ିଛି । ଏବେ ଓଡ଼ିଶା ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନାହିଁ । ଆଜି ରାଜ୍ୟରେ କୌଣସି ସ୍ଥାନରେ ବର୍ଷା ସମ୍ଭାବନା ନାହିଁ । ଏବେ ରାଜ୍ୟରେ ଶୀତର ପ୍ରକୋପ ଆଉ ନାହିଁ । ଅଧିକାଂଶ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ତାତିରେ କଲବଲ ହେଉଛନ୍ତି ଲୋକେ । ଗତକାଲି ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୩୭.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିଭଳି ୫ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ରହିଛି ।ଗତକାଲି ଯେଉଁ ଟର୍ଫଲାଇନ ଥିଲା ତାହା ମଧ୍ୟ ପ୍ରଭାବହୀନ ହୋଇଛି ।ଗତକାଲି ରାଜ୍ୟରେ କୌଣସି ସ୍ଥାନରେ ବର୍ଷା ରେକର୍ଡ କରାଯାଇନାହିଁ । ତେବେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ଫଳରେ ଆସନ୍ତାକାଲି ରାଜ୍ୟର କେତେକ ସ୍ଥାନରେ ବର୍ଷା ନେଇ ପୂ୍ର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।