ଇଣ୍ଡୋନେସିଆର ପଶ୍ଚିମ ସୁମାତ୍ରା ପ୍ରଦେଶର ପେସିସିର ସେଲାତନ୍ ରେଜେନ୍ସିଠାରେ ଗତ କିଛି ଦିନ ଧରି ଲଗାତର ବର୍ଷା କାରଣରୁ ବନ୍ୟା ଓ ଭୂସ୍ଖଳନ ପରି ପ୍ରାକୃତିକ ବିପର୍ଯ୍ୟୟ ଘଟି ରବିବାର ସୁଦ୍ଧା ୧୯ ଜଣବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏବେ ମଧ୍ୟ ୭ ଜଣ ବ୍ୟକ୍ତି ନିଖୋଜ ଥିବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ପକ୍ଷରୁ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି। ସେହିପରି ଉଦ୍ଧାରକାରୀ ଦଳ ଦ୍ୱାରା ଅନେକ ଲୋକଙ୍କୁ ସୁରକ୍ଷିତ ଭବେ ଉଦ୍ଧାର କରାଯିବା ସହ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ବନ୍ୟା ଯୋଗୁ ସ୍ଥାନୀୟ ଅଞ୍ଚଳର ୨୦ ହଜାରରୁ ଅଧିକ ଗୃହ ଜଳବନ୍ଦୀରେ ପରିଣତ ହୋଇଥିବା ବେଳେ ପ୍ରାୟ ୮୦ ହଜାର ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଭୂସ୍ଖଳନ ଯୋଗୁ ୧୪ଟି ଘର ପୋତି ହୋଇଯାଇଥିବାବେଳେ ୮ଟି ବ୍ରିଜ୍ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି।
Trending
- ୪ଦିନ ପରେ ଗଡ଼ିଲା ଘରୋଇ ବସ୍
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
Prev Post
Next Post