ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପସ ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଏବଂ ପରିବହନ ବିଭାଗ ସହିତ ଏମୟୁ ସ୍ବାକ୍ଷରିତ

ସଡ଼କ ସୁରକ୍ଷା ନେଇ ସଚେତନତା କରିବା ଏବଂ ଜୀବନ ରକ୍ଷା କରିବା ଦିଗରେ  ଓଡ଼ିଶା ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) ନିର୍ଦ୍ଦେଶାଳୟ ଏବଂ ବାଣିଜ୍ୟ ଏବଂ ପରିବହନ ସହିତ ଏମୟୁ ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଓଡ଼ିଶା ସଚିବାଳୟର ଲୋକ ସେବା ଭବନ ସମ୍ମିଳନୀ ହଲରେ ସଡକ ସୁରକ୍ଷା ନେଇ ଆଲୋଚନା ହୋଇଥିଲା । ସଡ଼କ ସୁରକ୍ଷା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସୁଥିବା ‘ଜୁନିଅର ରକ୍ଷକ’ଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ, ବିକାଶ କମିଶନର, ମୁଖ୍ୟ ପରିବହନ ସଚିବ, ସିଏମଡି ପୋଲିସ୍ ହାଉସିଂ ସୋସାଇଟି ଏବଂ ଓଡିଶାର ପରିବହନ କମିଶନରଙ୍କ ଉପସ୍ଥିତିରେ ନିର୍ଦ୍ଦେଶକ ଓଡିଶା ଏନସିସିର କର୍ଣ୍ଷଲ ସାଗର ମହାନ୍ତିଙ୍କ ଦ୍ୱାରା ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ସଡ଼କ ଦୁର୍ଘଟଣା କମ୍ କରିବା, ଜୀବନ ବଞ୍ଚାଇ ମେଡିକାଲ ନେବା ଏହି ଏମୟୁର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସାଗର ମହାନ୍ତି କହିଛନ୍ତି ।  ମିଳିତ ଭାବରେ ସଚେତନତା ପାଇଁ ଦାୟିତ୍ବ ନେବା ଏବଂ ସଡକ ନିରାପତ୍ତାର ଆଗଧାଡ଼ିର ପ୍ରତିରକ୍ଷା ହେବାକୁ ଯୁବକମାନଙ୍କୁ ସଶକ୍ତ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ ।