ଦିନିକିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ପରିପ୍ରେକ୍ଷୀରେ ସେ ରାଜ୍ୟବାସୀଙ୍କୁ ଭେଟିଦେଇଛନ୍ତି ୧୯ ହଜାର ୬ଶହ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ । ଏଥିରେ ସେ ପାରାଦୀପ ରିଫାଇନାରିରେ ଭାରତୀୟ ତୈଳ ନିଗମ ଲିମିଟେଡର ମନୋ ଏଥିଲିନ୍ ଗ୍ଲାଇକଲ୍ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଏହା ସହ ପାରାଦୀପରୁ ପଶ୍ଚିମବଙ୍ଗର ହଳଦିଆ ପର୍ୟ୍ୟନ୍ତ ୩୪୪ କିଲୋମିଟର ଲମ୍ବ ଉତ୍ପାଦ ପାଇପଲାଇନ୍ ପ୍ରକଳ୍ପ ଏବଂ ପାରାଦୀପରେ ନିର୍ମିତ ୦.୬ MMTPA ଏଲପିଜି ଆମଦାନୀ ସୁବିଧାର ମଧ୍ୟ ଉଦଘାଟନ କରିଛନ୍ତି। ଏଥିସହ ୧୬୨ କିଲୋମିଟରର ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳ ଲାଇନ୍ ଦୋହରୀକରଣକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଅନ୍ୟପଟେ ସେ ପୁରୀ- ନୂଆଦିଲ୍ଲୀ ମଧ୍ୟରେ ନୂଆ ଟ୍ରେନ୍ କେନ୍ଦୁଝରଗଡ଼ ଷ୍ଟେସନରୁ ଶୁଭାରମ୍ଭ କରିବା ସହ, କେନ୍ଦ୍ରାପଡା ଜିଲ୍ଲା ଦେଇ ପ୍ରଥମ ଯାତ୍ରୀ ବାହୀ ଟ୍ରେନର ଶୁଭାରମ୍ଭ କରିଛନ୍ତି । ତେବେ ଏହି ସମୟରେ ସେ ରାଜ୍ୟବାସୀଙ୍କ ପାଇଁ ଆଉ ଏକ ବଡ଼ ଖୁସି ଖବର ମଧ୍ୟ ଦେଇଛନ୍ତି। ଏଣିକି ଓଡ଼ିଶାରେ ପ୍ରତି ଘରେ ମାଗଣା ବିଜୁଳି ମିଳିବ ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରି କହିଛନ୍ତି । ସେଥିପାଇଁ ପିଏମ୍ ସୂର୍ଯ୍ୟଘର-ମାଗଣା ବିଜୁଳି ଯୋଜନା କରାଯାଇଛି। ପ୍ରତ୍ୟେକ ଲୋକଙ୍କୁ ଏଥିରେ ୩୦୦ ୟୁନିଟ ବିଜୁଳି ମିଳିବ। ଏଥିପାଇଁ ଘରେ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ। ତେବେ ଏଥିରେ ଅଧିକ ବିଜୁଳି ଉତ୍ପାଦନ ହେଲେ ଆପଣ ସରକାରଙ୍କୁ ବିଜୁଳି ବିକ୍ରି କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।କେନ୍ଦ୍ର କ୍ୟାବିନେଟରେ ୭୫,୦୨୧ କୋଟି ଟଙ୍କା ବ୍ୟୟରେ ଏକ କୋଟି ଘରେ ଛାତ ଉପରେ ସୌର ଶକ୍ତି ପ୍ୟାନେଲ ସ୍ଥାପିତ କରିବା ପାଇଁ ପିଏମ୍ ସୂର୍ଯ୍ୟଘର ଯୋଜନାକୁ ମଞ୍ଜୁରୀ ଦିଆଯାଇଛି। ଏହି ଯୋଜନା ଜରିଆରେ ୧କୋଟି ଘରକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ମିଳିବା ସହିତ ବାର୍ଷିକ ୧୫୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ । ୧୩ ଫେବୃୟାରୀରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନା ଲଞ୍ଚ କରିଥିଲେ । ଏଥିରେ ପ୍ରତି ପରିବାର ଲାଗି ୨ କିଲୋୱାଟ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟର ଖର୍ଚ୍ଚ ୧୪୫୦୦୦ଟଙ୍କା ରହିବ । ତେବେ ସରକାର ଏଥିରେ ୭୮,୦୦୦ଟଙ୍କାର ସବସିଡି ଦେବେ । ଏହାକୁ ନେଇ ନ୍ୟାସନାଲ ପୋର୍ଟାଲ ଲଞ୍ଚ କରାଯାଇଛି ଓ ଘର ମାଲିକ ଏହା ଉପରେ ଭେଣ୍ଡର ଚୟନ କରିପାରିବେ । ଏଥିପାଇଁ ସହଜ କିସ୍ତିରେ ବ୍ୟାଙ୍କରୁ ଲୋନ୍ ମଧ୍ୟ ମିଳିବ ।
Trending
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
Prev Post
Next Post