ବେଙ୍ଗାଲୁରୁ ରମେଶ୍ୱରମ କ୍ୟାଫେ ବିସ୍ଫୋରଣ: ଏନ୍‌ଆଇଏ କରିବ ତଦନ୍ତ

ବେଙ୍ଗାଲୁର:  ବେଙ୍ଗାଲୁରୁ ରମେଶ୍ୱରମର କ୍ୟାଫେରେ ବିସ୍ଫୋରଣ ଘଟଣାର ତଦନ୍ତ ଭାର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି (ଏନ୍‌ଆଇଏ) ତଦନ୍ତ କରିବ। ଏଶୁକ୍ରବାର ଦିନ ବିସ୍ଫୋରଣ ଘଟି ୧୦ ଜଣ ଆହତ ହୋଇଥିବା ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୁଲିସ୍‌ ୭-୮ଟି ଟିମ ଗଠନ କରିଥିଲା। ସିସିଟିଭି ଯାଞ୍ଚ୍‌ କରିବାରୁ ପୁଲିସ୍‌ ଶନିବାର ଦିନ ଦେଖିବାକୁ ପାଇଥିଲା ଯେ ବ୍ୟକ୍ତି ଜଣକ ଏକ ଧଳା ସାର୍ଟ ପିନ୍ଧି କାନ୍ଧରେ ବ୍ୟାଗ୍‌ ପକାଇ ଓ ମୁଣ୍ଡରେ ଟୋପି ପିନ୍ଧି କ୍ୟାଫେ ଆଡକୁ ଯାଉଥିଲେ।