କଟକର ତାରକସି କାମକୁ ମିଳିଛି ଜିଆଇ ଟ୍ୟାଗ୍ ମାନ୍ୟତା (ଭୌଗୋଳିକ ପରିଚୟ)। କଟକ ସହରର ତାରକସି କାର୍ଯ୍ୟ ଯେଭଳି ଅତୁଳନୀୟ, ଅନନ୍ୟ ଓ ଅସାଧାରଣ, ଏହାର ଇତିହାସ ମଧ୍ୟ ସେହିଭଳି ସମୃଦ୍ଧ। ଏବେ ପୂଜାପାର୍ବଣରେ ଶୋଭା ପାଉଥିବା ସୂକ୍ଷ୍ମ ତାରକସି କାରୁକାର୍ଯ୍ୟର ୩୨ ବିଶାଳ ଚାନ୍ଦିମେଢ଼ କଟକ ତାରକସି କାରିଗରଙ୍କ ମୌଳିକତା ଓ ସ୍ବତନ୍ତ୍ରତା ପ୍ରମାଣ କରୁଛି। ମାନସିଂହପାଟଣା, ମହମ୍ମଦିଆବଜାର, ଡ଼ଗରପଡ଼ା, ଅଲିଶାବଜାର, ଶେଖବଜାର, ବିଦ୍ୟାଧରପୁର ସମେତ ସହରର ଅନ୍ୟ ସାହି ପୁରୁଷାନୁକ୍ରମେ ତାରକସି କାର୍ଯ୍ୟ କରୁଥିବା ବଣିଆ ପରିବାର ବସବାସ କରୁଛନ୍ତି।ସ୍ବାଧୀନତା ପୂର୍ବରୁ ମଧୁବାବୁ ତାରକସିର ଉନ୍ନତି, ପାଇଁ ଉଦ୍ୟମ କରିଥିଲେ। ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଖୋଲା ଜିପରେ କଟକ ବୁଲୁଥିବା ବେଳେ ମହମ୍ମଦିଆବଜାର ଠାରେ ତାଙ୍କୁ ଜଣେ କାରିଗର ତାରକସି ନିର୍ମିତ ରୂପା ଗୋଲାପ ଉପହାର ଦେଇଥିଲେ। ତାହା ପାଣିରେ ଭାସୁଥିଲା। ନେହରୁ ଦିଲ୍ଲୀରେ ପହଞ୍ଚିବା ପରେ ୫୦ଟି ତାରକସି ଗୋଲାପ ପାଇଁ ଅର୍ଡର ଦେଇଥିଲେ। ପୂର୍ବତନ ରାଜ୍ୟପାଳ ଏମ୍. ଖୋସଲାଙ୍କୁ ମାନସିଂହପାଟଣାର ପୂର୍ବତନ କାରିଗର ସ୍ବର୍ଗତ ନନ୍ଦକିଶୋର ସାହୁ ତାରକସୀ ନିର୍ମିତ ହୀରାକୁଦ ବନ୍ଧ ପ୍ରତିକୃତି ପ୍ରଦାନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ମଧୁପାଟଣାରେ କଳିଙ୍ଗ ଫିଲିଗ୍ରି ପ୍ରତିଷ୍ଠା ହୋଇଥିଲା। ଏ ସଂକ୍ରାନ୍ତରେ ତାରକସି କାରିଗରଙ୍କ ପକ୍ଷରୁ ବିଧିବଦ୍ଧ ଉଦ୍ୟମ ପରେ ବାରବାଟୀ-କଟକ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମ୍ ବିଧାନସଭାରେ ଏ ପ୍ରସଙ୍ଗ ଉଠାଇଥିଲେ। ମୋକିମ୍ କହିଛନ୍ତି ଯେ, ବିଳମ୍ବରେ ହେଉ ପଛେ କଟକ ମୌଳିକ କାର୍ଯ୍ୟ ତାରକସି କାର୍ଯ୍ୟକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି। ଏହା ବହୁ ଆଗରୁ ମିଳିବା କଥା।ରାଜ୍ୟସଭାକୁ ନିର୍ବାଚିତ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ତାରକସି କାରିଗରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିଶ୍ବ ପ୍ରସିଦ୍ଧ କଟକ ତାରକସି କାମର ଅଧିକରୁ ଅଧିକ ବଜାର ସୁଯୋଗ ପାଇଁ ସରକାରଙ୍କ ନିକଟରେ ତାଙ୍କର ଦାବି ସହ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି। ଜଣାଶୁଣା ତାରକସି କାରିଗର ବିଜୟ କୁମାର ସାହୁ କହିଛନ୍ତି, ଏହା କଟକବାସୀ ତଥା ସହର ତାରକସି ଶିଳ୍ପୀକୂଳ ପାଇଁ ଖୁସି ଖବର। ମାନସିଂହପାଟଣା ବାସିନ୍ଦା ରାଧାମୋହନ ସାହୁ କହିଛନ୍ତି ଯେ, ତାଙ୍କ ବଡ଼ ଭାଇ ସ୍ବର୍ଗତ ନନ୍ଦକିଶୋର ସାହୁ ୧୯୭୫/୭୬ ମସିହାରେ ଆମେରିକାରେ ଆୟୋଜିତ ଫେଷ୍ଟିଭାଲ୍ ଇଣ୍ଡିଆରେ ଅଂଶଗ୍ରହଣ କରି ତିନିମାସ କାଳ ରହିଥିଲେ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post