ତାତିରୁ ନିସ୍ତାର ନାହିଁ
ସକାଳ ୭ ରୁ ହେଉଛି ପ୍ରବଳ ଖରା। ଦିନ ତମାମ ଗରମ ଗୁଳୁଗୁଳିର ପ୍ରଭାବ। ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଉଭୟ ରାତ୍ରି ଓ ଦିନ ତାପମାତ୍ରା ବୃଦ୍ଧି ହେବ। ଗତକାଲି ଠାରୁ ଆଜିର ତାପମାତ୍ରା ବୃଦ୍ଧି ହେବ। ୨ରୁ୩ ଡିଗ୍ରୀ ରାତ୍ରି ତାପମାତ୍ରା ବଢ଼ିବ ।ପଶ୍ଚିମାଝଡ଼ର ଆଗମନ ରହିଛି । ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରିବ। ଯାହା ଫଳରେ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ । ସେପଟେ ଏଲିନିନୋର ପ୍ରକ୍ରିୟା ଧୀରେ ଧୀରେ କମ ହେଉଛି । ଫଳରେ ମୌସୁମୀ ପରବର୍ତ୍ତୀ ସମୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୌସୁମୀ ପ୍ରଭାବ କମ ରହିବ । ତେବେ ୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ନିର୍ଦ୍ଦିଷ୍ଟ କୌଣସି ପାଣିପାଗ ନିୟାମକ ନ ଥିବା ବେଳେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଗତକାଲି ମାଲକାନଗିରି ଲରେ ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରରେ ୩୪.୭ ଡିଗ୍ରୀ ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।