ଆଉ ଶୁଭିବନି ଗରମାଗରମ ଓ ଲୁହବତୁରା ଲହରିଆ ସଂଳାପ। କିମ୍ବା ସେ ଶବ୍ଦରେ ଖଣ୍ଡଗିରି ପାହାଡ଼ଖୋଲ ଭିତରର ଐତିହାସିକ ଅନ୍ଧାରର ନିଦ ଭାଙ୍ଗିବନି ଆଉ ରାତିଅଧରେ। ଆଉ ଜମିବନି ହାଉଜାଉ ଭିଡ଼। କାଲିଠୁ ରାତିରେ ପୁଣି ଛାଇଯିବ ନିରବତା। ଆଖପାଖ ସାହି ଓ ଗାଁରୁ ନିଜ ଘରକୁ ବାହୁଡ଼ିଯିବେ କୁଣିଆ। ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ପ୍ରାୟ ୧୨ଦିନର ଯାତ୍ରା ଓ ୧୪ ଦିନର ମେଳା ପରେ ଗୁରୁବାର ଭୋରରୁ ଚଳିତ ବର୍ଷର ମହୋତ୍ସବରେ ପଡ଼ି ଯାଇଛି ଯବନିକା। ମାସ ମାସ ଧରି ରିହର୍ସାଲ ପରେ ଖଣ୍ଡଗିରି ପଡ଼ିଆରେ ଶେଷରାତିରେ ଶେଷପରୀକ୍ଷା ଦେଇ ଫେରି ଯାଇଛନ୍ତି ୬ ଯାତ୍ରାପାର୍ଟି। କହିବା ଅନାବଶ୍ୟକ ଯେ ଆଗାମୀ ବର୍ଷେ ପର୍ଯ୍ୟନ୍ତ ଏଇ ମହୋତ୍ସବରେ ପାଇଥିବା ଦର୍ଶକୀୟ ସମର୍ଥନ ଓ ପ୍ରଶଂସା ଆଧାରରେ ଯାତ୍ରାଦଳଗୁଡ଼ିକର ମୂଲ୍ୟାଙ୍କନ କରାଯିବ। ଏ ହେବ ସେମାନଙ୍କ ଦକ୍ଷତାର ସାର୍ଟିଫିକେଟ।ଚଳିତବର୍ଷ ଖଣ୍ଡଗିରି ଅପେରା ଲଢ଼େଇ ବେଶ୍ ଜମିଥିଲା। ଉତ୍କଣ୍ଠାରେ ଥିବା ଯାତ୍ରାପ୍ରେମୀମାନଙ୍କ ପକ୍ଷରୁ ଯାତ୍ରାପାର୍ଟିଗୁଡ଼ିକୁ ପ୍ରଚୁର ସମର୍ଥନ ମିଳିଥିଲା। ତେଣୁ ୧୨ଦିନ ଯାକ ସବୁପାର୍ଟି ଭଲ ବେପାର କରିଥିଲେ। ଶେଷ ପର୍ଯ୍ୟାୟରେ ଗୋଟିଏ ରାତି ତୁଳସୀ ଓ ଶିବାନୀ ଗଣନାଟ୍ୟ ଡବଲ୍ ସୋ’ କରିବା ଥିଲା ଏବର୍ଷ ଯାତ୍ରାପ୍ରେମୀଙ୍କ ଚାହିଦାର ବଡ଼ ଉଦାହରଣ। ଏକ ଆକଳନ ଅନୁସାରେ ଏଥର ଅପେରା ପାର୍ଟିମାନେ ୭ କୋଟିରୁ ଅଧିକ ଟଙ୍କାର ବେପାର କରିଛନ୍ତି।ଖଣ୍ଡଗିରି କୁମ୍ଭମେଳାରୁ ନେଇ ଯାତ୍ରା ମହାକୁମ୍ଭ ପର୍ଯ୍ୟନ୍ତ ବ୍ୟାପକ ପୁଲିସ ବଳ ନିୟୋଜିତ ହୋଇ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ତଦାରଖ କରିବା ସହ ଟ୍ରାଫିକ ପରିଚାଳନା କରିଥିଲେ। ଖଣ୍ଡଗିରି ଯାତ୍ରା ମହୋତ୍ସବରୁ ଶେଷ ପର୍ଯ୍ୟାୟରେ ୬ଟି ଯାତ୍ରା ଦଳ ସେଇ ରିପିଟ୍ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛନ୍ତି। ଗତକାଲି ଯାତ୍ରା ଦେଖିବା ପାଇଁ ପ୍ରବଳ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ଶେଷଦିନ ଥିବାରୁ ଅନୁରୂପ ଭିଡ଼ ଦେଖିବାକୁ ମିଳିଥିଲା। ମହତାବ ପେଣ୍ଡାଲ୍ରେ ତୁଳସୀ ‘ଅଧା ରାତିର ସାଥୀ’ ମଞ୍ଚସ୍ଥ କରି ବିଦାୟ ନେଇଥିବା ବେଳେ ମା’ ମଙ୍ଗଳା ମଣ୍ଡପରେ ସ୍ବର୍ଣ୍ଣ ମହଲ ‘କେତେ ଦୁଃଖ ଦେବୁ ଦେରେ କାଳିଆ’ ଆଜି ମଧ୍ୟ ମଞ୍ଚସ୍ଥ କରିଛି। ସେହିପରି ଜୟଦୁର୍ଗା ମଣ୍ଡପରେ ସ୍ବପ୍ନ ମହଲ ବି ‘କେତେ କାନ୍ଦିବୁରେ ଗଉରା ଦାସ’ ରିପିଟ୍ କରି ଫେରିଛି। ସାଇନୀଳାଦ୍ରି କମିଟିରେ ରଙ୍ଗମହଲର ‘ମୁଁ ଗୋଟେ ଝିଅର ବାପା’, ଇନ୍ଦିରା ମଣ୍ଡପରେ ଶିବାନୀ ‘ଅଲିଅଳି ରାଜଜେମା’ ରିପିଟ୍ ମଞ୍ଚସ୍ଥ କରିଛି। ସେହିଭଳି ସନାତନ ମଣ୍ଡପରେ ସୂର୍ଯ୍ୟ ମନ୍ଦିର ମଧ୍ୟ ‘ହାତ ଧରି ବାଟ ଚାଲୁଥିବି’ ନାଟକ ମଞ୍ଚସ୍ଥ କରି ବିଦାୟ ନେଇଛି।
Trending
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା