ଆପଣଙ୍କ ଫୋନରେ ବି ଅଛି ସୁନା, ଜାଣିନଥିବେ କେମିତି ବାହାର କରିବେ । ଆଜି ଆମେ ଆପଣଙ୍କୁ ସେ ବାବଦରେ କହିବୁ…ସୁନା କେତେ ସ୍ୱତନ୍ତ୍ର ତାହା କାହାକୁ କହିବାର ଆବଶ୍ୟକତା ନାହିଁ। ସୁନାର ମୂଲ୍ୟ ବୃଦ୍ଧି ପାଉଥିବାରୁ ଏହାକୁ ବିଳାସପୂର୍ଣ୍ଣ ଜିନିଷ ଭାବେ ବିବେଚନା କରାଯାଏ। ଗୋଟିଏ ଗ୍ରାମ ସୁନା କିଣିବା ଅତ୍ୟନ୍ତ କଷ୍ଟକର ଓ ଏକ ମିଲିଗ୍ରାମ ସୁନାର ଅଳଙ୍କାର ମଧ୍ୟ ବେଶ ମହଙ୍ଗା। କିନ୍ତୁ, ଆପଣ ଜାଣନ୍ତି କି ଆପଣଙ୍କ ପୁରୁଣା ଫୋନରେ ମଧ୍ୟ ସୁନା ଅଛି। ପୁରୁଣା କିମ୍ବା ଖରାପ ବୋଲି ଭାବି ଆପଣ ଯେଉଁ ଫୋନକୁ ଫିଙ୍ଗି ଦେଇଛନ୍ତି ସେହି ସ୍ମାର୍ଟଫୋନରେ ମଧ୍ୟ ସୁନା ଅଛି।ତେବେ ଏବେ ପ୍ରଶ୍ନ ହେଉଛି ଏକ ଫୋନରେ କେତେ ସୁନା ଅଛି ଓ ଏହି ସୁନା କେଉଁଠାରେ ଲୁଚି ରହିଛି। ଗୋଟିଏ ଫୋନରୁ କିପରି ସୁନା ବାହାର କରିପାରିବେ?ବାସ୍ତବରେ, ଏହାର ପ୍ରତ୍ୟେକ ସ୍ମାର୍ଟଫୋନରେ ଏହାର ମାତ୍ରା ଅଧିକ କିମ୍ବା କମ ହୋଇପାରେ। ଗୋଟିଏ ଫୋନରେ କେତେ ସୁନା ଅଛି ତାହା ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ । ଜାତିସଂଘର ରିପୋର୍ଟ ଅନୁଯାୟୀ, ୪୧ ଟି ଫୋନରୁ ୧ ଗ୍ରାମ ସୁନା ବାହାର କରାଯାଇପାରିବ।ଫୋନରେ ସୁନା କେଉଁଠାରେ ଅଛି?ଫୋନରେ ସୁନା ଏକମାତ୍ର ବିଶେଷ ଉପାଦାନ ନୁହେଁ, ଏହା ବ୍ୟତୀତ ତମ୍ବା, ରୂପା ପରି ଅନେକ ଧାତୁ ଅଛି. ଫୋନରେ ଅନେକ କଣ୍ଡକ୍ଟର ଅଛି, ଯାହା ବିଭିନ୍ନ ଧାତୁରେ ତିଆରି। ଏହା ବ୍ୟତୀତ ଫୋନର ସର୍କିଟରେ ସୁନାର ଏକ ସ୍ତର ଅଛି। ଏହା ସ୍ୱତନ୍ତ୍ର କନେକ୍ସନ ଓ ଦୀର୍ଘ ସମୟ ପାଇଁ ବ୍ୟବହୃତ ହୁଏଫୋନରେ ବହୁତ କମ୍ ସୁନା ଅଛି ଏବଂ ଏହାକୁ ବାହାର କରିବା ମଧ୍ୟ ବହୁତ କଷ୍ଟକର। ପ୍ରଫେସନାଲମାନେ ଏହାକୁ କେବଳ କିଛି ମେସିନ୍ ମାଧ୍ୟମରେ ବାହାର କରିପାରିବେ ଓ ଏଥିପାଇଁ ଅନେକ ଫୋନ୍ ବ୍ୟବହାର କରାଯାଏ। ଅନେକ ଫୋନରୁ ସୁନା ବାହାର କରିବା ପରେ କେବଳ ଗୋଟିଏ ଗ୍ରାମ ସୁନା ସଂଗ୍ରହ କରାଯାଇପାରେ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post