ଚଳିତ ବର୍ଷ ଦେଶର ୧୪ ନୂଆ ବିମାନ ବନ୍ଦରରେ ଏହି ସେବା ଆରମ୍ଭ କରାଯିବ। ଏହା ଦ୍ବାରା ବିମାନ ଯାତ୍ରୀ ବେଶ ଉପକୃତ ହୋଇପାରିବେ। ବିମାନ ଯାତ୍ରା ଅଧିକ ସହଜ ହୋଇ ପାରିବ। ଏହାଦ୍ବାରା ଯାତ୍ରୀଙ୍କୁ ଚେକ୍-ଇନରେ କମ୍ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପ୍ରତି ଏହି ସେବା ଦେଶର ଦିଲ୍ଲୀ ,ମୁମ୍ବାଇ ସମେତ ୧୩ଟି ବିମାନ ବନ୍ଦରରେ ଊପଲବ୍ଧ ହେଉଛି।ଏହି ଆପ ଇତିମଧ୍ୟରେ ୪୫.୮୦ ଲକ୍ଷ ମୋବାଇଲ ଫୋନରେ ଡାଉନଲୋଡ କରାଯାଇ ସାରିଛି। ଏହା ଦ୍ବାରା ବର୍ତ୍ତମାନ ସୁଦ୍ଧା ୧,୪୫ କୋଟି ଯାତ୍ରୀ ଉପକୃତ ହୋଇ ପାରିଛନ୍ତି।ଏହି ସେବା ଦ୍ବାରା ଯାତ୍ରୀଙ୍କୁ ଟ୍ରର୍ମିନାଲ ଲାଇନରେ ଛିଡ଼ା ହେବାକୁ ପଡ଼ି ନ ଥାଏ। ଥରେ ଏହି ସେବା ନେବା ଦ୍ବାରା ଯାତ୍ରୀଙ୍କ ଚେହେରା ବୋର୍ଡିଂପାସ ଭଳି କାମ କରିଥାଏ। ଟର୍ମିନାଲରେ ପ୍ରବେଶ ସମୟରେ ଯାତ୍ରୀଙ୍କ ଫେସ ରିଡିଙ୍ଗ କରି ଏଣ୍ଟ୍ରି ଗେଟ ଖୋଲି ଯାଇଥାଏ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସେବା ଦେଶର ୨୭ ବିମାନ ବନ୍ଦରରେ ଉପଲବ୍ଧ ହେବ।
Trending
- ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବାର ନିଷ୍ପତ୍ତି ଧର୍ମେନ୍ଦ୍ର ପ୍ରଧାନଙ୍କ ଉଚ୍ଚ ନୈତିକ ଆଦର୍ଶ ଓ ଦାୟିତ୍ୱବୋଧର ପରିଚୟ : ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ମହାପ୍ରଭୁଙ୍କ ସୁନା ବେଶ ପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼,ମାଳତୀପାଟପୁର ଟ୍ରାଫିକ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟାରୁ ଅଧିକ ସମୟ
- କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ: ଅପରାଧିକ ପୃଷ୍ଠଭୂମି ଥିବା ୨,୦୦୦ ରୁ ଅଧିକ ବ୍ୟକ୍ତିଙ୍କୁ ଚିହ୍ନଟ,୫ ଟି ଏଫଆଇଆର,୧୩୦ ପୁଲିସ ଆହତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଲେ ଧର୍ମେନ୍ଦ୍ର ପ୍ରଧାନ
- ଏହା “ଗଣତନ୍ତ୍ରର ବିଜୟ”। “ଛାତ୍ର ଏକତା ଜିନ୍ଦାବାଦ” : ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସିଜେପିର ପ୍ରତିକ୍ରିୟା
- ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ ,ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ସୁନାବେଶ ଓ ଅଧରପଣା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍
- ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି
- ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଯିବା ପାଇଁ ଅତି କମ୍ ରେ ୨୧ ଦିନ ପୂର୍ବରୁ ଛୁଟି ଆବେଦନ କରିବାକୁ ନିର୍ଦ୍ଦେଶ ଜାରି
- ବାହୁଡ଼ା ଯାତ୍ରା ବେଳେ ପୁଣି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ମୃତକ ଜଣକ କଟକର ଅବିରାମ ଦାସ