ଘରୋଇ ମାଟିରେ ଭାରତ ବନାଇଲା ରେକର୍ଡ

ଭୁବନେଶ୍ବର: ରାଞ୍ଚିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ୍ ଜିତିଛି ଭାରତ ।  ଘରୋଇ ମାଟିରେ ଭାରତ ଚତୁର୍ଥ ପାଳିରେ ୨୦୦ରୁ କମ ରନର ବିଜୟ ଲକ୍ଷ୍ୟ ହାସଲ କରିବାରେ ରେକର୍ଡ କରିଛି ।ରାଞ୍ଜିରେ ଭାରତ ଇଂଲଣ୍ଡକୁ ହରାଇ ୩-୧ରେ ୫ ଟିକିଆ ସିରିଜକୁ କବଜା କରିଛି । ଚତୁର୍ଥ ଦିନରେ ୧୯୨ ରନର ଟାର୍ଗେଟକୁ ୫ ଓ୍ବିକେଟରେ ହାସଲ କରିଛି ଭାରତ । ଦଳ ପକ୍ଷରୁ ଶୁବମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଷଷ୍ଠ ୱିକେଟରେ ୭୨ ରନର ପାର୍ଟନରସିପ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲାଇଥିଲା । ଗିଲ ୫୨ ରନ କରି ନଟଆଉଟ ଥିବାବେଳେ ଜୁରେଲ ୩୯ ରନର ଦମଦାର ସହଯୋଗ ଦେଇଥିଲେ । ଏକଦା ୫ ୱିକେଟ ହରାଇ ୧୨୦ରନ କରି ଭାରତ ଅସୁବିଧାରେ ପଡିଯାଇଥିଲା । ହେଲେ ଗିଲ ଓ ଜୁରେଲ ଯୋଡ଼ି ଦଳକୁ ସମ୍ଭାଳି ନେଇଥିଲେ । ଦ୍ବିତୀୟ ପାଳିରେ ଭାରତକୁ ଜିତିବା ଲାଗି ୧୯୨ରନ ଟାର୍ଗେଟ ଦେଇଥିଲା ଭ୍ରମଣକାରୀ ଦଳ ଇଂଲଣ୍ଡ । ଗତକାଲି ତୃତୀୟ ଦିନର ଖେଳ ଶେଷବେଳକୁ ଭାରତ ୪୦ ରନ କରିନେଇଥିଲା । ଆଜି ବାକି ୧୫୨ରନ ଟାର୍ଗେଟକୁ ହାସଲ କରି ସିରିଜ ସିଲ କରିପାରିଛି ରୋହିତ ବାହିନୀ ।