ପାଣ୍ଡିଆନଙ୍କୁ ଟମାଟୋ ମାଡ଼ !

ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏବେ ରାଜ୍ୟ ସାରା ବୁଲିବୁଲି ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ସରକାର ଯୋଜନା ସଠିକ୍‌ ଭାବରେ ଲୋକଙ୍କ ପାଖରେ ପହଞ୍ଚୁନଥିବାରୁ ଅନେକ ସମୟରେ ପାଣ୍ଡିଆନଙ୍କ ସମେତ ବିଜେଡି ନେତାଙ୍କୁ ବିରୋଧ କରାଯାଉଛି । ଯାହାର ଚିତ୍ର ଆଜି ଗଂଜାମରେ ଦେଖିବାକୁ ମିଳିଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା ନିର୍ବାଚନ ପାଖେଇ ଆସୁଥିବାରୁ ଏବେ ଜିଲ୍ଲା ପରେ ଜିଲ୍ଲା ଗସ୍ତରେ ଯାଉଛନ୍ତି ପାଣ୍ଡିଆନ । କିନ୍ତୁ ବିଜେଡି ଓ ପାଣ୍ଡିଆନଙ୍କ ପ୍ରତି ଅସନ୍ତୋଷ ବଢୁଥିବାରୁ ଏମିତି ବିଚିତ୍ର ସ୍ଥିତିର ସାମ୍ନା କରିବାକୁ ପଡିଛି ।ଗଂଜାମର ବେଲଗୁଣ୍ଠା । କାର୍ଯ୍ୟକ୍ରମ-ଆମ ଓଡ଼ିଶା ନବୀନ ଓଡ଼ିଶା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ସଭାରେ ପହଞ୍ଚିଥିଲେ ପାଣ୍ଡିଆନ । ଚିରାଚରତି ଢଙ୍ଗରେ ଭରା ମଂଚରେ ଭାଷଣ ବି ଦେଉଥିଲେ । ବାବୁଙ୍କ ଗସ୍ତ ଥିବାରୁ ପୋଲିସ ପ୍ରଶାସନ ଭାରି ଟାଇଟ୍‌ ସିକ୍ୟୁରିଟି କରିଥିଲା । କିନ୍ତୁ ଏହାରି ଭିତରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ପାଣ୍ଡିଆନଙ୍କୁ ଟମାଟୋ ମାଡ କରିଥିବା ଜଣାପଡିଛି । କିନ୍ତୁ କାହିଁକି ସଂପୃକ୍ତ ଯୁବକ ଜଣକ ପାଣ୍ଡିଆନଙ୍କୁ ଟମାଟୋ ମାଡ କଲେ ? ତାଙ୍କ ନାଁ କଣ ? ବିରୋଧ ପ୍ରଦର୍ଶନ କରିବାର କାରଣ କଣ ? ସେନେଇ କୌଣସି ତଥ୍ୟ ଜଣାପଡିନଥିବା ବେଳେ ଉପସ୍ଥିତ ଥିବା ବିଜେଡି କର୍ମୀ କିନ୍ତୁ ତାଙ୍କୁ ନିର୍ଧୁମ ଛେଚିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ କିନ୍ତୁ ବିଜେଡି ଗୁଣ୍ଡାଙ୍କଠୁ ବର୍ତ୍ତିପାରିନଥିଲେ ଟମାଟୋ ମାଡ କରିଥିବା ଯୁବକ ।