ବ୍ରିଟେନରେ ସ୍କୁଲ ପିଲା ବ୍ୟବହାର କରିବେନି ଫୋନ୍ଛୋ । ବ୍ରିଟେନରେ ଅଭିଭାବକମାନେ ଅଭିଯୋଗ କରିବା ପରେ ପ୍ରଧାନମନ୍ତ୍ରୀ ସୁନକ ଏବେ କଡ଼ା ନିର୍ଦେଶ ଦେଇଛନ୍ତି । ଗତ କିଛି ବର୍ଷ ହେଲା ପିଲାମାନେ ପଢ଼ା ଉପରେ ଧ୍ୟାନ ଦେଇପାରୁନାହାଁନ୍ତି । ଏହି କାରଣରୁ ଏବେ ବ୍ରିଟେନ୍ ସରକାର ଏକ ବଡ଼ ନିଷ୍ପତି ନେଇଛନ୍ତି । ଆଉ ବ୍ରିଟେନ୍ର ସ୍କୁଲ୍ଗୁଡ଼ିକରେ ମୋବାଇଲ ବ୍ୟବହାରକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଛନ୍ତି । ସୋସିଆଲ ମିଡିଆ ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଭିଡିଓରେ ପ୍ରଥମେ ସେ କିଛି କହିବାକୁ ଚାହୁଁଛନ୍ତି, ହେଲେ ବାରମ୍ବାର ତାଙ୍କ ଫୋନ୍ ବାଜୁଛି । ଆଉ ସେ କହିପାରୁ ନାହାନ୍ତି । ଭିଡିଓରେ ସେ ଯେତେବେଳେ ବି କିଛି କହିବାକୁ ଚେଷ୍ଟା କରୁଛନ୍ତି ଠିକ୍ ସେହି ସମୟରେ ତାଙ୍କ ଫୋନ୍ ବାଜୁଛି । ଶେଷରେ ସେ ନିଜ ପକେଟରୁ ଫୋନ୍ ବାହାର କରି ଟେବୁଲ ଉପରେ ରଖୁଛନ୍ତି । ଆଉ କହୁଛନ୍ତି ଦେଖୁଛନ୍ତି ତ କେତେ ଡିଷ୍ଟର୍ବ କରୁଛି ଏହି ଫୋନ୍ ।
Trending
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
Prev Post
Next Post