ଟିଭି ଅଭିନେତା ଋତୁରାଜ ସିଂହଙ୍କ ପରଲୋକ
ଟିଭି ଇଣ୍ଡଷ୍ଟ୍ରିର ଅଭିନେତା ଋତୁରାଜ ସିଂହ ସୋମବାର ଏବଂ ମଙ୍ଗଳବାର ମଧ୍ୟବର୍ତ୍ତୀ ରାତିରେ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୫୯ ବର୍ଷ ବୋଲି କୁହାଯାଉଛି। ମୁମ୍ବାଇର ଲୋଖଣ୍ଡୱାଲାସ୍ଥିତ ନିଜ ଘରେ ଋତୁରାଜଙ୍କୁ ହାର୍ଟଆଟାକ ଆସିଥିଲା । ଅଭିନେତାଙ୍କର ହଠାତ୍ ଦେହାନ୍ତ ହେତୁ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ପ୍ରଶଂସକମାନେ ମଧ୍ୟ ତାଙ୍କର ଏହି ଦେହାନ୍ତ ଖବର ଶୁଣି ଦୁଃଖରେ ଭାଙ୍ଗି ପଡିଛନ୍ତି ।