ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର

ନିର୍ବାଚନ ପୂର୍ବରୁ ପିପିପି ମୋଡରେ ହେବାକୁ ଥିବା ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ଆଜି ୨ ହଜାର ୨ ଶହ ୩ କୋଟି ଟଙ୍କାର ଟେଣ୍ଡର ଡାକିଛନ୍ତି ରାଜ୍ୟ ସରକାର।  ପ୍ରକଳ୍ପ ପାଇଁ  ପରିବେଶ ମଞ୍ଜୁରୀ ମିଳିଛି ହେଲେ ଏବେ ବି କୋଷ୍ଟାଲ ରେଗୁଲେସନ ଜୋନ୍ କ୍ଲିୟରାନ୍ସ ବାକି ଅଛି।ଟେଣ୍ଡର ପରିମାଣ ରହିଛି ୨ ହଜାର ୨୦୩ କୋଟି ଟଙ୍କା। ପ୍ରଥମ ପର୍ଯ୍ୟାୟରେ ବାର୍ଷିକ ୪୬ ଲକ୍ଷ ଯାତ୍ରୀ ଯାତାୟତ ପରିଚାଳନା କ୍ଷମତା ଥିବା ବିମାନ ବନ୍ଦରକୁ ୧ ହଜାର ୯୫ ଦିନ ଅର୍ଥାତ୍ ୩ ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ୨୧ରୁ ଅନଲାଇନରେ ଟେଣ୍ଡର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ୨୦ରେ ସରିବ। ଖାଲି ବିମାନ ବନ୍ଦର ନିର୍ମାଣ ନୁହେଁ, ୭ ବର୍ଷ ପାଇଁ ପରିଚାଳନା ଦାୟିତ୍ୱ ବି ବୁଝିବାକୁ ଟେଣ୍ଡରରେ ସର୍ତ୍ତ ରହିଛି। ଟେଣ୍ଡର ଆହ୍ୱାନକୁ ନେଇ ଖୁସି ଜାହିର କରିଛନ୍ତି ପୁରୀ ବାସିନ୍ଦା ଆଉ ପର୍ଯ୍ୟଟକ ।