ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍

voting-begins-for-4th phase-panchayat-elections-in-odisha

ମେଟ୍ରୋ ଟିଭି ଓଡିଶା (୨୨ .୨.୨୦୨୨) :

ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍। ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ। ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି। ଆଜି ୨୭ ଜିଲ୍ଲାର ୬୪ ବ୍ଲକରେ ହେଉଛି ଭୋଟ୍। ଏହି ପର୍ଯ୍ୟାୟରେ ୧୬୩ଟି ଜିଲ୍ଲା ପରିଷଦ ଜୋନ୍, ୧ ହଜାର ୨୫୪ ପଞ୍ଚାୟତରେ ଚାଲିଛି ମତଦାନ ଏଥର ମଇଦାନରେ ଅଛନ୍ତି ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ।

ସେହିପରି ଚତୁର୍ଥ ପର୍ଯ୍ୟାୟରେ ୫୧ ଲକ୍ଷ ୩୧ ହଜାରରୁ ଅଧିକ ଭୋଟର୍ ନିଜ ମତଦାନ ସାବ୍ୟସ୍ତ କରିବେ। ୧୭ ହଜାର ୮୯ଟି ବୁଥ୍‌ରେ ଆଜି ମତଦାନ ହେଉଥିବା ବେଳେ ୨ ହଜାର ୫୬୩ଟି ବୁଥ୍ ଉତ୍ତେଜନା ପ୍ରବଣ ରହିଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଏହି ସବୁ ବୁଥ୍‌ରେ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।