ଆଜି ଟେକ୍ସଟାଇଲ ପାର୍କର ହେବ ଶିଳାନ୍ୟାସ । କଟକ ଚୌଦ୍ବାରରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୩୦ ଏକର ଜମିରେ ହେବ ୱେଲସ୍ପୁନ ଟେକ୍ସଟାଇଲ କମ୍ପ୍ଲେକ୍ସ । ୩ ହଜାର କୋଟି ଟଙ୍କାର ହେବ ପୁଞ୍ଜି ନିବେଶ। ପ୍ରକଳ୍ପ ଦ୍ବାରା ପ୍ରାୟ ୧୦ ହଜାର ନିଯୁକ୍ତି ସୃଷ୍ଟିର ଆଶା ରହିଛି । ରାଜ୍ୟ ସରକାର ‘ଓଡ଼ିଶା ଟେକ୍ସଟାଇଲ ମିଲ’ର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର ।ଓଡ଼ିଶା ଟେକ୍ସଟାଇଲ ମିଲ’ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇପଡିଥିବା ବେଳେ ଏଠାରେ କାମ କରୁଥିବା ଶ୍ରମିକ ମାନେ ମଧ୍ୟ ଛଟେଇ ହୋଇଥିଲେ । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଥିବା ବେଳେ ନିଯୁକ୍ତିରେ ସ୍ଥାନୀୟ ଅଂଚଳର ଯୁବକ ଯୁମତୀ ମାନେ ସୁଯୋଗ ପାଇବେ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Next Post