ମର୍ସିଡିଜ୍‌-ବେଞ୍ଜର ନୂଆ ଜିଏଲ୍‌ଏ

ମର୍ସିଡିଜ୍‌-ବେଞ୍ଜ ନୂଆ ବିଳାସପୂର୍ଣ୍ଣ କାର୍‌ ଜିଏଲ୍‌ଏ ବଜାରକୁ ଛାଡ଼ିଛି। ଅନ୍ୟ ଏସ୍‌ୟୁଭି ତୁଳନାରେ ଏହାର ଅଧିକ ଚାହିଦା ରହିଛି। ଏହାର ବଜାର ମୂଲ୍ୟ ୫୦.୫୦ ଲକ୍ଷ (ଏକ୍ସ ସୋ’ରୁମ୍‌) ଟଙ୍କାରୁ ଆରମ୍ଭ। ଏହା ମୁଖ୍ୟତଃ ୨୦୦, ୨୨୦ଡି ୪ମାଟିକ୍‌ ଓ ୨୨୦ଡି ୪ମାଟିକ୍‌ ଏଏମ୍‌ଜି ପରି ତିନିଟି ଭାରିଆଣ୍ଟ୍‌ରେ ଉପଲବ୍ଧ ହେବ। ମର୍ସିଡିଜ୍‌-ବେଞ୍ଜ ଜିଏଲ୍‌ଏ ପୋଲାର୍‌ ହ୍ବାଇଟ୍‌, ମାଉଣ୍ଟେନ୍‌ ଗ୍ରେ, କସ୍ମୋସ୍‌ ବ୍ଲାକ୍‌, ଇରିଡିୟମ୍‌ ସିଲ୍‌ଭର୍‌, ସ୍ପେକ୍ଟ୍ରାଲ୍‌ ବ୍ଲୁ ପରି ୫ଟି ରଙ୍ଗରେ ଉପଲବ୍ଧ ହେବ। ଜିଏଲ୍‌ଏର ଇଞ୍ଜିନ୍‌ କ୍ଷମତା ୧୩୩୨ ସିସି ଓ ୧୯୫୦ ସିସି ରହିଛି। ଏଥିରେ ଫ୍ରଣ୍ଟ୍‌ ଓ ରିଅର୍‌ ବମ୍ପର୍‌ ସହ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌ ଓ ରିଭର୍ସିଂ କ୍ୟାମେରା ରହିଛି। ଏହା ଉଭୟ ପେଟ୍ରୋଲ୍‌ ଓ ଡିଜେଲ୍‌ ଦ୍ବା‌ରା ଚାଲିପାରିବ। ଏଥିରେ ୧.୩ ଲିଟର୍‌ ଟର୍ବୋ ପେଟ୍ରୋଲ୍‌ ୟୁନିଟ୍‌ ରହିଛି। ଏହାର ‌ସର୍ବୋଚ୍ଚ ବେଗ (ଟପ୍‌ ସ୍ପିଡ୍‌) ୨୧୦ କି‌.ମି. ରୁ ୨୧୯ କି.ମି. ରହିବ। ଏହାର ବାହ୍ୟ ଓ ଭିତର ପରିପାଟୀ ଗ୍ରାହକଙ୍କୁ ବେଶ୍‌ ସୁହାଇବ ଓ ପସନ୍ଦ ଆସିବ ବୋଲି କମ୍ପାନି ଦାବି କରିଛି। ବିଏମ୍‌ଡବ୍ଲୁ ଏକ୍ସ୧, ଅଡି କ୍ୟୁ୩ ଓ ଭଲ୍‌ଭୋ ଏକ୍ସସି୪୦ ହେଉଛନ୍ତି ମର୍ସିଡିଜ୍‌-ବେଞ୍ଜ ଜିଏଲ୍‌ଏର ବଜାର ପ୍ରତିଦ୍ବନ୍ଦ୍ବୀ।