ଭାରତ ଓ ବ୍ରିଟେନ୍ ବାଣିଜ୍ୟ କାରବାର ନେଇ ଯେଉଁ ଆଲୋଚନା କରୁଥିଲେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିଛି। ଉଭୟ ପକ୍ଷ ପୁନର୍ବାର ବିଭିନ୍ନ ବିଷୟକୁ ନେଇ ମୁଲଚାଲ ଆରମ୍ଭ କରିଛନ୍ତି। ତେବେ ଭାରତ ନିଜ ସ୍ବାର୍ଥକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ବାଣିଜ୍ୟ ସଚିବ ସୁନିଲ ବର୍ଥୱାଲ କହିଛନ୍ତି। କେତେକ ବିଷୟକୁ ନେଇ ମଝି ବାଟ ବାହାରି ପାରୁନଥିବାରୁ ଦୁଇ ଦେଶ ଭିତରେ ବାଣିଜ୍ୟ ବୁଝାମଣା ସ୍ବାକ୍ଷର ହୋଇପାରୁନାହିଁ। ଗତବର୍ଷ ଦୀପାବଳି ସୁଦ୍ଧା ବୁଝାମଣା ସ୍ବାକ୍ଷର କରିବା ଲକ୍ଷ୍ୟ ରଖାଯାଇଥିଲା। ଭାରତ ଯେଭଳି ବାଣିଜ୍ୟିକ ଦୃଷ୍ଟିରୁ ଉପକୃତ ହେବ, ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସ୍କିମ୍, ଚାଷୀମାନଙ୍କ ସୁରକ୍ଷା ଆଦି ଉପରେ ଭାରତ ଜୋର ଦେଉଛି। ଏହା ବ୍ରିଟେନ୍ଠାରୁ ଏକ ସୁହାଇବା ଭଳି ଡିଲ୍ ଚାହୁଛି।ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏଲ୍ ସତ୍ୟ ଶ୍ରୀନିବାସ କହିଛନ୍ତି ଯେ କଥାବାର୍ତ୍ତା ବଡ଼ ସ୍ତରରେ ଚାଲିଛି। ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଲାଗି ଉଦ୍ୟମ ହେଉଛି। ଉଭୟ ପକ୍ଷ ମଧ୍ୟରେ ଚଳିତ ବର୍ଷ ଜାନୁଆରି ୧୦ରେ ୧୪ତମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଭାରତ ଓ ବ୍ରିଟେନ୍ ମଧ୍ୟରେ ୨୦୨୧-୨୨ରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୭୫୦ କୋଟି ଡଲାର ଥିଲା। ୨୦୨୨-୨୩ରେ ତାହା ୨୦୩୬ କୋଟି ଡଲାରକୁ ବୃଦ୍ଧି ପାଇଛି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମଧ୍ୟ ଭିନ୍ନ ବାଣିଜ୍ୟ ବୁଝାମଣା ନେଇ କଥାବାର୍ତା ଜାରି ରହିଛି। ଚଳିତ ମାସ ୧୯-୨୩ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବ। ୨୦୨୨ ଜୁନ୍ ପରେ ଏହି ଚୁକ୍ତିକୁ ନେଇ କଥାବାର୍ତା ପୁନର୍ବାର ଆରମ୍ଭ ହୋଇଥିଲା।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ