ଭାରତ ଓ ବ୍ରିଟେନ୍ ବାଣିଜ୍ୟ କାରବାର ନେଇ ଯେଉଁ ଆଲୋଚନା କରୁଥିଲେ ସେଥିରେ ଅଗ୍ରଗତି ଦେଖିବାକୁ ମିଳିଛି। ଉଭୟ ପକ୍ଷ ପୁନର୍ବାର ବିଭିନ୍ନ ବିଷୟକୁ ନେଇ ମୁଲଚାଲ ଆରମ୍ଭ କରିଛନ୍ତି। ତେବେ ଭାରତ ନିଜ ସ୍ବାର୍ଥକୁ ସୁରକ୍ଷା ଦେବା ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି ବୋଲି ବାଣିଜ୍ୟ ସଚିବ ସୁନିଲ ବର୍ଥୱାଲ କହିଛନ୍ତି। କେତେକ ବିଷୟକୁ ନେଇ ମଝି ବାଟ ବାହାରି ପାରୁନଥିବାରୁ ଦୁଇ ଦେଶ ଭିତରେ ବାଣିଜ୍ୟ ବୁଝାମଣା ସ୍ବାକ୍ଷର ହୋଇପାରୁନାହିଁ। ଗତବର୍ଷ ଦୀପାବଳି ସୁଦ୍ଧା ବୁଝାମଣା ସ୍ବାକ୍ଷର କରିବା ଲକ୍ଷ୍ୟ ରଖାଯାଇଥିଲା। ଭାରତ ଯେଭଳି ବାଣିଜ୍ୟିକ ଦୃଷ୍ଟିରୁ ଉପକୃତ ହେବ, ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ସ୍କିମ୍, ଚାଷୀମାନଙ୍କ ସୁରକ୍ଷା ଆଦି ଉପରେ ଭାରତ ଜୋର ଦେଉଛି। ଏହା ବ୍ରିଟେନ୍ଠାରୁ ଏକ ସୁହାଇବା ଭଳି ଡିଲ୍ ଚାହୁଛି।ବାଣିଜ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଏଲ୍ ସତ୍ୟ ଶ୍ରୀନିବାସ କହିଛନ୍ତି ଯେ କଥାବାର୍ତ୍ତା ବଡ଼ ସ୍ତରରେ ଚାଲିଛି। ଯେଉଁ ସମସ୍ୟା ରହିଛି ତାହାର ସମାଧାନ ଲାଗି ଉଦ୍ୟମ ହେଉଛି। ଉଭୟ ପକ୍ଷ ମଧ୍ୟରେ ଚଳିତ ବର୍ଷ ଜାନୁଆରି ୧୦ରେ ୧୪ତମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଭାରତ ଓ ବ୍ରିଟେନ୍ ମଧ୍ୟରେ ୨୦୨୧-୨୨ରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ୧୭୫୦ କୋଟି ଡଲାର ଥିଲା। ୨୦୨୨-୨୩ରେ ତାହା ୨୦୩୬ କୋଟି ଡଲାରକୁ ବୃଦ୍ଧି ପାଇଛି। ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ମଧ୍ୟ ଭିନ୍ନ ବାଣିଜ୍ୟ ବୁଝାମଣା ନେଇ କଥାବାର୍ତା ଜାରି ରହିଛି। ଚଳିତ ମାସ ୧୯-୨୩ ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବ। ୨୦୨୨ ଜୁନ୍ ପରେ ଏହି ଚୁକ୍ତିକୁ ନେଇ କଥାବାର୍ତା ପୁନର୍ବାର ଆରମ୍ଭ ହୋଇଥିଲା।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ