ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଅନେକ ପରିବର୍ତ୍ତନ କରାଯାଇଛି। ଏଥିରେ ‘ସର୍ବଶ୍ରେଷ୍ଠ ନବାଗତ ଚଳଚ୍ଚିତ୍ର ପାଇଁ ରହିଥିବା ଇନ୍ଦିରା ଗାନ୍ଧୀ ପୁରସ୍କାର’ ଏବଂ ‘ଜାତୀୟ ସଂହତି ଉପରେ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ କିମ୍ବଦନ୍ତୀ ଅଭିନେତ୍ରୀଙ୍କ ନାଁ ହଟାଇ ଦିଆଯାଇଛି। ବିଭିନ୍ନ ବର୍ଗରେ ଦିଆଯାଉଥିବା ସମ୍ମାନକୁ ଯୁକ୍ତିସଙ୍ଗତ କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗଠିତ କମିଟିର ସୁପାରିସକ୍ରମେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୨ରେ ପରିବର୍ତ୍ତନ ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପାଇଁ ଇନ୍ଦିରା ଗାନ୍ଧୀ ପୁରସ୍କାର’ ନାଁ ବଦଳାଯାଇ ‘ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର’ ରଖାଯାଇଛି। ପୂର୍ବରୁ ଏ ବାବଦରେ ମିଳୁଥିବା ପୁରସ୍କାର ରାଶିକୁ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ମଧ୍ୟରେ ଭାଗ କରାଯାଉଥିବାବେଳେ ଏଣିକି କେବଳ ନିର୍ଦ୍ଦେଶକ ଉକ୍ତ ପୁରସ୍କାର ରାଶି ପାଇବେ। ସେହିପରି ‘ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ନର୍ଗିସ୍ ଦତ୍ତ ପୁରସ୍କାର’ ନାଁ ବଦଳାଯାଇ ‘ଜାତୀୟ, ସାମାଜିକ ଓ ପରିବେଶୀୟ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରୁଥିବା ଶ୍ରେଷ୍ଠ ଫିଚର ଫିଲ୍ମ’ ରଖାଯାଇଛି। ଏହି ବର୍ଗରେ ସାମାଜିକ ଏବଂ ପରିବେଶ ସଂରକ୍ଷଣ ପାଇଁ ଥିବା ଅଲଗା ଅଲଗା ପୁରସ୍କାରକୁ ଗୋଟିଏ ପୁରସ୍କାର କରାଯାଇଛି। ସେହିପରି ଦାଦାସାହେବ ଫାଲ୍କେ ପୁରସ୍କାରରେ ଦିଆଯାଉଥିବା ନଗଦ ଅର୍ଥ ରାଶିକୁ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି। ସ୍ବର୍ଣ୍ଣ କମଳ ପୁରସ୍କାର ରାଶିକୁ ୩ ଲକ୍ଷ ଏବଂ ରଜତ କମଳ ପୁରସ୍କାର ରାଶିକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବର୍ଗରେ ପରିବର୍ତ୍ତନ ଲାଗି ଗଠିତ କମିଟି ଗତ ଡିସେମ୍ବରରେ ଚୂଡ଼ାନ୍ତ ସୁପାରିସ କରିଥିଲେ। ୨୦୨୨ ପାଇଁ ନ୍ୟାଶନାଲ ଆଓ୍ବାର୍ଡ ପାଇଁ ଏଣ୍ଟ୍ରି ଜାନୁଆରୀ ୩୦ରେ ଶେଷ ହୋଇଛି। ମହାମାରୀ ଯୋଗୁ ପୁରସ୍କାର ପ୍ରଦାନ ବିଳମ୍ବ ହେବା ସହ ୨୦୨୧ର ପୁରସ୍କାର ୨୦୨୩ରେ ପ୍ରଦାନ କରାଯାଇଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Next Post