ଆଜି ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେପି । ତେବେ ଓଡ଼ିଶାର ରାଜ୍ୟସଭା ଆସନ ପାଇଁ ବିଜେପି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରିଛି । ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାର ୩ଟି ରାଜ୍ୟସଭା ଆସନ ଖାଲି ହେଉଥିବାରୁ ଏହା ମଧ୍ୟରେ ବିଜେଡି ଦୁଇଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ତେବେ ବିଜେପି ପ୍ରାର୍ଥୀ ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିଛି ।ରାଜ୍ୟସଭା ନିର୍ବାଚନର ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରିଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଏହି ନିଷ୍ପତ୍ତି ନେଇଥିବା ନବୀନ କହିଛନ୍ତି । ଏନେଇ ବିଜେଡି ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି । ରେଲୱେ ଓ ଟେଲିକମ୍ କ୍ଷେତ୍ରରେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ବିଜେଡି ଏହି ନିଷ୍ପତ୍ତି ଗ୍ରହଣ କରିଛି । ଗତଥର ମଧ୍ୟ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ଅଶ୍ୱିନୀ ରାଜ୍ୟସଭାକୁ ଯାଇଥିଲେ ।ସୂଚନାଯୋଗ୍ୟ ଯେ, ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏନେଇ ଗତ ୮ ତାରିଖରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସମାପ୍ତ ହେବ । ଏନେଇ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ବିଜେପି ମଧ୍ୟରୁ ମଧ୍ୟ ପୂର୍ବରୁ ବିଭିନ୍ନ ରାଜ୍ୟର ୧୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ।
Trending
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ
- ଆଜି ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦ ପାଣି
- ଆଜି ଠୁ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ
- ରଥ ଉପରେ ଭାଙ୍ଗିଲା ଅଧର ହାଣ୍ଡି
- ହାତୀ ପୁଣି ଥରେ ମନମୋହନ ସାମଲଙ୍କ ମୁଣ୍ଡ ଉପରେ ସୁନା କଳସ ଢାଳିଛି,ନିର୍ବିବାଦୀୟ ଭାବରେ ରାଜ୍ୟ ବିଜେପି ସଭାପତି ହୋଇଛନ୍ତି
- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାରର ପୁନର୍ବିନ୍ୟାସ କଲେ ସରକାର
- ଆଜି ୯୦ ବର୍ଷ ବୟସରେ ପଦାର୍ପଣ କଲେ ତିବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀଙ୍କ ଆଧ୍ୟାତ୍ମିକ ନେତା ଦଲାଇ ଲାମା
- ଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
Prev Post
Next Post